ଆଜି ବିଜେପିର ସମ୍ବର୍ଦ୍ଧନା ଉତ୍ସବ, ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କ କରାଯିବ ସ୍ଵାଗତ

ଆଜି ବିଜେପିର ସମ୍ବର୍ଦ୍ଧନା ଉତ୍ସବ । ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଦିଆଯିବ ସମ୍ବର୍ଦ୍ଧନା । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମୋଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିବେ ।

odisha bjp

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ଚଳିତ ନିର୍ବାଚନରେ ବିପୁଳ ବିଜୟ ପରେ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଦେବାକୁ ଦଳ ପକ୍ଷରୁ ବଡ଼ ଆୟୋଜନ କରାଯାଇଛି ।

ସାଧାରଣ ନିର୍ବାଚନରେ ବିଧାନସଭାରେ ୭୮ଟି ଆସନରେ ବିଜୟୀ ହୋଇ ଦଳ ରାଜ୍ୟରେ ସରକାରକୁ ଆସିଥିବା ବେଳେ ଲୋକସଭାରେ ମୋଟ ୨୧ଆସନରୁ ୨୦ଟିରେ ଦଳ ବାଜିମାତ କରିଛି । ଏହାକୁ ନେଇ ଦଳୀୟ କର୍ମୀ ଓ ନେତା ଉତ୍ସାହିତ ଥିବା ବେଳେ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯିବ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+