Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଶ୍ରୀପଞ୍ଚମୀ: ପୂଜା ପାଉଛନ୍ତି ମା' ସରସ୍ଵତୀ

ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପବିତ୍ର ସରସ୍ୱତୀ ପୂଜା ପାଳନ କରାଯାଏ । ଚଳିତ ଥର ଜାନୁଆରୀ ୨୩ ତାରିଖରେ ସରସ୍ୱତୀ ପୂଜା ପାଳନ କରାଯାଉଛି । ମାନ୍ୟତା ରହିଛି ଯେ, ପଞ୍ଚମୀ ଦିନରେ ମା'ଙ୍କ ପୂଜାକରିବା ଦ୍ୱାରା ସେ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି । ତେବେ ମା'ଙ୍କ ପୂଜା ଅନ୍ୟ ତିଥି ପର୍ବରେ ବି କରାଯାଇଥାଏ । ହେଲେ ପଞ୍ଚମୀ ହେଉଛି ମା' ସରସ୍ୱତୀଙ୍କୁ ପୂଜା କରିବାର ବିଶେଷ ଦିନ । ଏହିଦିନ ପୂଜା କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ବର୍ଷକର ଅପେକ୍ଷା ପରେ ମା' ସରସ୍ୱତୀଙ୍କର ପୂଜା ଆରାଧନା ଚାଲିଛି। ରବିବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପୂଜା ପାଉଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ୱତୀ। ବିଶେଷ କରି ସ୍କୁଲ ଏବଂ କଲେଜରେ ସରସ୍ୱତୀ ପୂଜାର ଆୟୋଜନ ବେଶ୍ ଆଡ଼ମ୍ବର ସହକାରେ କରାଯାଇଛି। ନୂଆ ବସ୍ତ୍ର ପରିଧାନ କରି ଫଳ ଫୁଳ ଧରି ମା'ଙ୍କ ପୂଜା କରୁଛନ୍ତି ଛାତ୍ରଛାତ୍ରୀ।

basant panchami

ପ୍ରତିବର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପବିତ୍ର ଦିନଟିକୁ ଧୂମଧାମର ସହ ପାଳନ କରାଯାଇଥାଏ। ବିଦ୍ୟାର୍ଥୀମାନେ ପୂଜା ମଣ୍ଡପକୁ ଅତି ମନୋରମ କରି ସାଜସଜା କରିଥାନ୍ତି ଓ ମା'ଙ୍କୁ ଆରାଧନା କରନ୍ତି। ମା' ସରସ୍ୱତୀଙ୍କ ପୂଜାରେ ଧଳା ଫୁଲ, ଚନ୍ଦନ, ଆଖୁ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର, ଅଦା, ଅଁଳା, ଦହି, ଘିଅ, ନଡ଼ିଆ, ଖିରୀ ଓ ବରକୋଳି ଅର୍ପଣ କରାଯାଏ।

ମା'ଙ୍କ ପୂଜା ଅର୍ଚ୍ଚନା ଓ ପଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ ଉପବାସ ରହିଥାନ୍ତି। ଏହି ଦିନ ମା' ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହାତରେ ବୀଣା ଓ ପୁସ୍ତକ ଧରି ଶ୍ୱେତ ପଦ୍ମାସନ ଉପରେ ବିରାଜମାନ ହୋଇଥାନ୍ତି।

ସରସ୍ୱତୀ ପୂଜାରେ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ। ବିଶେଷ କରି ଛୋଟ ପିଲାଙ୍କର ବିଦ୍ୟା ଆରମ୍ଭ, ନୂତନ ଗୃହ ପ୍ରତିଷ୍ଠା, ଛୋଟ ପିଲାଙ୍କର ଅନ୍ନ ପ୍ରସନ୍ନ ଆଦି କରାଯାଇଥାଏ। ଖାଲି ସେତିକି ନୁହେଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଏହି ଦିନ ରଥ କାଠ ଅନୁକୂଳ ମଧ୍ୟ କରାଯାଇଥାଏ।

ମା' ସରସ୍ୱତୀ ବିଦ୍ୟାର୍ଥୀ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି। ମା'ଙ୍କ ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀମାନେ ପୁସ୍ତକ ଓ କଲମ ମା'ଙ୍କ ନିକଟରେ ରଖି ପୂଜା କରିଥାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+