Get Updates
Get notified of breaking news, exclusive insights, and must-see stories!

ଆଜି ଏପ୍ରିଲ ୭ତାରିଖ ବରା ଦିବସ; ଢେଙ୍କାନାଳ ଜିଲ୍ଲା ବରା ପାଇଁ ପ୍ରସିଦ୍ଧ

ଆଜି ଏପ୍ରିଲ ୭ତାରିଖ ବରା ଦିବସ । ଢେଙ୍କାନାଳ ଜିଲ୍ଲା ବରା ପାଇଁ ପ୍ରସିଦ୍ଧ । ହେଲେ ଏହି ଢେଙ୍କାନାଳ ବରା ଏବେ ସବୁ ଜିଲ୍ଲାକୁ ବ୍ୟାପିଲାଣି । ଟୁଇନସିଟି ସବୁ ଜଳଖିଆ ଦୋକାନରେ ପ୍ରଥମ ଖାଦ୍ୟ । ଏମିତିକି ପ୍ରତିଟି ଘରେ ଘରେ ଏବେ ଟିଫିନର ସ୍ଥାନ ନେଲାଣି ।

ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି ଟେଷ୍ଟକୁ ଡବଲ କରେ । ଆହୁରି ବି ଗରମ ବରାକୁ କଞ୍ଚା ପିଆଜ ଓ ଲଙ୍କା ଯିଏ ଖାଇଛି ସେ ଜାଣିଛି ତାର ସ୍ୱାଦ । ବରାର ପ୍ରସ୍ତୁତି ବି ସେମିତି କଷ୍ଟ ନୁହେଁ । ବିରିକୁ ବାଟି ସେଥିରେ କିଛି ସୁଜି ମିଶାଇ ଆଣ ପ୍ରସ୍ତୁତ ହୁଏ । କେହି କେହି ବିରା ବାଟମରେ ଚାଉଳ ବି ମିଶାଇଥାନ୍ତି । ବଟା ସରିବା ପରେ ସେଥିରେ ପିଆଜ ଲଙ୍କା ଅଦାର ମିଶ୍ରଣରେ ଅଧିକ ସ୍ବାଦିଷ୍ଟ ବରା ପ୍ରସ୍ତୁତ ହୋଇଥାଏ ।

Dhenkanal district is famous for Bara

ସବୁ ଦିନିଆ ଖାଦ୍ୟର ତାଲିକାରେ ବରାର ସ୍ଥାନ ରହିଛି । ତେବେ ବରାର ପରିଚୟ କିନ୍ତୁ ହେଉଛି ଢେଙ୍କାନାଳରୁ । ଦେଢଶହ ବର୍ଷରୁ ଅଧିକ ବର୍ଷ ହେବ ବରାର ପ୍ରସିଦ୍ଧି ରହିଛି ଜିଳ୍ଲାରେ । ଢେଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ଛୋଟରୁ ନେଇ ବଡ ବଡ ହୋଟେଲ ଗୁଡିକରେ ଭେରାଇଟି ବରା ସବୁ ପ୍ରସ୍ତୁତ ହୋଇଥାଏ । ସକାଳ ଜଳଖିଆରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ବରାକୁ ଲୋକେ ପସନ୍ଦ କରନ୍ତି । ତେବେ ସାଧାରଣ ବରା ଅପେକ୍ଷା ଜିରା ଓ ଅଦା ମିଶା ବରାର ସ୍ବାଦ କିଛି ଅଲଗା ରହିଛି । ଏବେ ବି ଏହି ବରାର ଅଧିକ ଡିମାଣ୍ଡ ରହିଛି । କେବଳ ଖାଦ୍ୟ ନୁହେଁ ବରା ବହୁ ଲୋକଙ୍କୁ ଭଲ ରୋଜଗାର ମଧ୍ୟ ଦେଇଛି । ଆଜି ବରା ଦିବସରେ ବିଭିନ୍ନ ସ୍ଥାନରେ ଏହି ବରା ଖାଇ ସମସ୍ତେ ଏହି ଦିବସ ପାଳନ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+