ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ,
27th foundation Day Of Biju Janata Dal: ବିଜେଡି ପାଳୁଛି ୨୭ ତମ ପ୍ରତିଷ୍ଠା ଦିବସ । ଆଜିର ଏହି ଖାସ ଦିନ ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସାରା ରାଜ୍ୟରେ ଦଳ ପକ୍ଷରୁ ଅନେକ କର୍ଯ୍ୟକ୍ରମ କରାଯାଉଛି ଆଜି ୨୬ ପୂରି ୨୭ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଓଡ଼ିଶାର ବିକାଶ, ଉନ୍ନତି, ସୁରକ୍ଷା, ମହିଳା ସଶକ୍ତିକରଣ ପାଇଁ ସବୁକିଛି କରିବାକୁ ଏବଂ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ପୂରଣ କରିବାକୁ ବିଜେଡି ଲକ୍ଷ ରଖିଛି । ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସାଇକେଲ୍ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଏବଂ ବୃକ୍ଷରୋପଣ ପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେହିପରି ରାଜ୍ୟର ସମସ୍ତ ନିର୍ବାଚନା ମଣ୍ତଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳୁ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜନ୍ମ ସ୍ଥାନ ତଥା କଟକ ଆନନ୍ଦ ଭବନରଠାରୁ ଭୁବନେଶ୍ୱର ବିମାନ ବନ୍ଦର ପର୍ଯ୍ୟନ୍ତ ଏକ ବିଶାଳ ସାକେଲ ଶୋଭାଯାତ୍ରା କରାଯାଇଛି ।

୧୯୯୭ ମସିହାରେ ଗଠନ ହେଲା ବିଜେଡି । ୨୦୦୦ ମସିହାରେ ପ୍ରଥମ ଥର ନବୀନଙ୍କ ନେତୃତ୍ବରେ ବିଜେଡି ସାଧାରଣ ନିର୍ବାଚନକୁ ସାମ୍ନା କରିଥିଲା । ସେତେବେଳେ ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନକୁ ଓହ୍ଲାଇଥିଲା । ପ୍ରଥମ ପଦାର୍ପଣରେ ଦଳର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ଥିଲା । ୭୨ଟି ଆସନ ଦଖଲ କରିଥିଲା ବିଜେଡି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସଭାପତି ନବୀନ ପଟ୍ଟନାୟକ । ୨୦୦୪ରେ ପୁଣି ବିଜେଡି-ବିଜେପି ମେଣ୍ଟ କ୍ଷମତା ଦଖଲ କଲା । ବିଜେଡି ୨୦୦୦ ମସିହା ତୁଳନାରେ ସିଟ୍ ସଂଖ୍ୟା କମିଥିଲେ ବିଧାନସଭାରେ ବିଜେଡିର ଆସନ ଥିଲା ସର୍ବାଧିକ ।
ପୁଣି ଥରେ ଶାସନର ମଙ୍ଗ ଧରିଲେ ନବୀନ । ତେବେ ୨୦୦୯ରେ ବିଜେପି ହାତ ଛାଡ଼ିଦେଲା ବିଜେଡି । ଆଉ ମେଣ୍ଟ ନୁହେଁ । ପ୍ରଥମ ଥର ପାଇଁ ଏକାକୀ ୧୪୭ ଆସନରେ ଲଢ଼ିଲା ବିଜେଡି । ଫଳାଫଳ ବି ଥିଲା ଆଶାତୀତ। ୧୦୭ ସିଟ୍ ଦଖଲ କଲା ଦଳ । ତୃତୀୟ ଥର ପାଇଁ ନବୀନ ଓଡ଼ିଶାର ଶାସନର ମଙ୍ଗ ଧରିଥିଲେ । ଏହା ପରଠାରୁ ସବୁ ନିର୍ବାଚନରେ ବିଜେଡିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି । ସବୁ ନିର୍ବାଚନରେ କୌଣସି ରାଜନୈତିକ ଅଙ୍କ ନବୀନଙ୍କ ରଣନୀତି ପାଖରେ କାମ କରୁ ନାହିଁ । ପଞ୍ଚାୟତ, ପୌର ଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭା ଯାଏ, ସବୁଥିରେ ନବୀନଙ୍କ ରଣନୀତି ସଫଳତା ପାଉଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ସରଳତା ଓ ଦୁର୍ନୀତି ବିରୋଧୀ କଡ଼ା ଆଭିମୁଖ୍ୟ ହିଁ ବିଜେଡି ପାଇଁ ସବୁଠାରୁ ବଡ଼ ପୁଞ୍ଜି ପାଲଟିଯାଇଛି ।
ଏହି ଆଞ୍ଚଳିକ ଦଳ ୨୭ ବର୍ଷ ମଧ୍ୟରେ ଅନେକ ରେକର୍ଡ ସୃଷ୍ଟି କରିଛି , ଅନେକ ସଫଳତା ମଧ୍ୟ ହାସଲ କରିଛି । ଦଳର ବୟସ ଯେତେ ବଢ଼ୁଛି, ନିର୍ବାଚନୀ ରାଜନୀତିରେ ସେତିକି ଅଧିକ ମଜବୁତ ହେଉଛି । ଦେଶରେ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏହା ଏକ ବଡ଼ ଉପଲବ୍ଧି । ତେବେ ଏହି ସଫଳତା କେବଳ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୁର୍ତ୍ତୀ ବା ବ୍ରାଣ୍ଡ ନବୀନ ପାଇଁ ସମ୍ଭବ ହୋଇପାରିଛି ବୋଲି ଚର୍ଚ୍ଚା ହୁଏ ।












Click it and Unblock the Notifications