ଜିଲ୍ଲା ମାନ୍ୟତା ଦାବି:ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

କଣ୍ଟାବାଞ୍ଜି: ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ ଡାକରା । ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ଆଜି ସକାଳୁ ସକାଳୁ କଣ୍ଟାବାଞ୍ଜିରେ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଥିଲା । ଯାନବାହନ ଚଳାଚଳ ଓ ଦୋକାନ ବଜାର ସବୁ ବନ୍ଦ ରହିଛି ଏହାସହ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, କଜେଲ, ବ୍ୟାଙ୍କ୍ ବନ୍ଦ ରହିଥିବାର ସୂଚନା ରହିଛି ।
ସୂଚନାଥାଉ ଯେ, ତୁରେକେଲା, ବେଙ୍ଗାମୁଣ୍ତା ଏବଂ ମୁରିବାହଲରେ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିବା ସହ ବନ୍ଦ ପାଳନ କରିଛି ।ରାଜନୈତିତ ଦଳ ଏବଂ ବିଭିନ୍ନ ସଂଗଠନ ଏହି ବନ୍ଦ ପାଳନ କରୁଛି । ଆଜି ସକାଳୁ ଆନ୍ଦୋଳନକାରୀମାନେ ପିକେର୍ଟି କରି ବିଭିନ୍ନ ସ୍ଥାନରେ ଗାଡମଟର ବନ୍ଦ କରିବା ପାଇଁ ଏବଂ ସମର୍ଥ କରିବା ପାଇଁ ଅନୁରୋଧ କରିଥିଲେ । ଯାହା ଫଳରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥିଲା । ୧୯୯୨ ମସିହାରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରାଯାଉଛି । ପୂର୍ବରୁ ନଭେମ୍ବର ୨୪ ତାରିଖରେ ମଧ୍ୟ ଜି ବନ୍ଦ ଡାକରା ଦିଆଯାଇଥିଲା ।












Click it and Unblock the Notifications