କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚକା ଜାମ କରାଯାଇଛି । ସକାଳୁ ସକାଳୁ ଦୋକାନ ଗୁଡିକୁ ପିକେଟିଂ କରିଥିଲେ । ବନ୍ଦ ପାଳନରେ ବୁଦ୍ଧିଜୀବୀ ଓ ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟ, ରାଜନୈତିକ ଦଳର କର୍ଯ୍ୟକର୍ତ୍ତା, ବିଭିନ୍ନ ସଂଗଠନର ନେତୃବୃନ୍ଦମାନେ ସାମିଲ ହୋଇ ସମର୍ଥନ କରୁଛନ୍ତି ।

କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିବା ଫଳରେ ଶହ ଶହ ଗାଡି ଅଟକି ରହିଛି ।ପୂର୍ବରୁ ମଧ୍ୟ ଜିଲ୍ଲା ଦାବି ପ୍ରସଙ୍ଗକୁ ଜୋରଦାର ଆନ୍ଦୋଳନ କରାଯାଇଛି । ଦୋକାନ ବଜାର, ବସ୍ ଚଳାଚଳ, ଶିକ୍ଷା ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଷ୍ଠାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।
ସକାଳୁ ଆନ୍ଦୋଳନକାରୀମାନେ ପିକେର୍ଟି କରି ବିଭିନ୍ନ ସ୍ଥାନରେ ଗାଡମଟର ବନ୍ଦ କରିବା ପାଇଁ ଏବଂ ସମର୍ଥ କରିବା ପାଇଁ ଅନୁରୋଧ କରିଥିଲେ । ଯାହା ଫଳରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥିଲା। ୧୯୯୨ ମସିହାରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରାଯାଉଛି । ପୂର୍ବରୁ ମାର୍ଚ୍ଚ ୨୫ ତାରିଖରେ ମଧ୍ୟ ବନ୍ଦ ଡାକରା ଦିଆଯାଇଥିଲା ।












Click it and Unblock the Notifications