ଆଜି ଶ୍ରାବଣ ମାସର ଶେଷ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ଼
Odisha News: ଆଜି ଶ୍ରାବଣ ମାସର ଶେଷ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ ଜଳାଭିଷେକ ଲାଗି କାଉଡିଆଙ୍କ ନାହିଁନିଥିବା ଭିଡ଼ ଦେଖିବା ପାଇଁ ମିଳୁଛି । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି । ଆଜି ବାବା ଧବଳେଶ୍ୱରଙ୍କ ଦର୍ଶନ ଏବଂ ଜଳଲାଗି ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ।
ସେହିପରି ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳୁଛି । ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

ସେହିପରି ଭଦ୍ରକ ଆଖଣ୍ତଳମଣି ପୀଠ, କପିଳାସର ବାବା ଚନ୍ଦ୍ରଶେଖର, ନୟାଗଡ଼ ଶରଣକୂଳର ଲଡୁ ବାବା, ପୁରୀର ଲୋକନାଥ ବାବା, ଗୁପ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବା ପାଇଁ ମିଳୁଛି । ଆଜି ମହାକାଳ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି । କାଉଡିଆ ମାନେ କେବଳ ଜଳ ଧରି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
ମାନ୍ୟତା ରହିଛି ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରୁଥିବା ଭକ୍ତଙ୍କର ସମସ୍ତ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ । ଶ୍ରାବଣ ମାସରେ ବେଲପତ୍ର, ଭାଙ୍ଗ ସହିତ ପୂଜା କରିବା ଏବଂ ଜଳ ଅର୍ପଣ କରିବା ଅତ୍ୟନ୍ତ ଫଳପ୍ରଦ ଏବଂ ଶୁଭ ଅଟେ । ଜଳଲାଗି ଲାଗି ବିଭିନ୍ନ ଶୈବପୀଠରେ ପ୍ରବଳ ଭିଡି ଦେଖିବାକୁ ମିଳିଛି । କାଉଡିଆମାନେ ଦଳଗତ ଭାବେ ଗତକାଲିଠୁ ପାଣି ଉଠାଇ ଜଳଲାଗି ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ।
ସାଧାରଣ ଦର୍ଶନ ସହ କିପରି କାଉଡିଆ ମାନେ ସୁରୁଖୁରରେ ଜଳଲାଗି କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ । ଯେଉଁଥିପାଇଁ କାଉଡିଆମାନେ ମଧ୍ୟ ଭଲରେ ଭଲରେ ଠାକୁରଙ୍କ ପାଖରେ ପହଞ୍ଚିପାରିବେ । ରାସ୍ତାଘାଟ ବୋଲ ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ।












Click it and Unblock the Notifications