ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା, ମିଛ କହିଲେ ଫେରସ୍ତ କରିବାକୁ ପଡିବ ଟଙ୍କା

ଦିବ୍ୟାଙ୍ଗ ମାନଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା । କିନ୍ତୁ ମିଛ ଧରା ପଡିଲେ ଫେରସ୍ତ କରିବାକୁ ପଡିବ ଟଙ୍କା ।

ଭୁବନେଶ୍ୱର: ଦିବ୍ୟାଙ୍ଗ ମାନଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା । କିନ୍ତୁ ମିଛ ଧରା ପଡିଲେ ଫେରସ୍ତ କରିବାକୁ ପଡିବ ଟଙ୍କା । ଦିବ୍ୟାଙ୍ଗ ମାନଙ୍କୁ ସରକାର ଦେଉଥିବା ପ୍ରତ୍ସାହନ ରାଶିକୁ 50 ହଜାର ଟଙ୍କାରୁ ବୃଦ୍ଧି କରାଯାଇ ଅଢେଇ ଲକ୍ଷ ଟଙ୍କା କରାଯାଇଛି । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି ।

Marriage

ନୂଆ ଗାଇଡଲାଇନରେ କୁହାଯାଇଛି ଯେ ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସାଧାରଣ ଜୀବନ ଯାପନ ସୁଯୋଗ ପ୍ରଦାନ କରିବ ନିମନ୍ତେ ରାଜ୍ୟ ସରକାର ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ଦୁଇ ଦିବ୍ୟାଙ୍ଗ ପରସ୍ପର କିମ୍ବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କଲେ ପୂର୍ବରୁ 50 ହଜାର ଟଙ୍କା ମିଳୁଥିବା ବେଳେ ଏବେ ତାହା ଅଢେଇ ଲକ୍ଷକୁ ବୃଦ୍ଧି କରାଯାଇଛି ।

ଏ ନିୟମ ଦ୍ୱାରା ବିଭିନ୍ନ ଫେଜରେ ତାଙ୍କ ପାଖକୁ ଟଙ୍କା ଆସିବ । ଏଥିପାଇଁ ତାଙ୍କର ଉପଯୁକ୍ତ ସାର୍ଟିଫିକେଟ ଥିବା ଆବଶ୍ୟକ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଥିଲା। ଏଣୁ ଅନୁରୂପ ବ୍ୟବସ୍ଥା ଭିନ୍ନକ୍ଷମଙ୍କ ପାଇଁ ଲାଗୁ କରିବାକୁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବକୁ ଗ୍ରାହଣ କରି ଗୃହରେ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+