କୋରାପୁଟ ଅଞ୍ଚଳକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
କୋରାପୁଟ ଅଞ୍ଚଳକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
କୋରାପୁଟ: କୋରାପୁଟ ଅଞ୍ଚଳକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ଆହ୍ୱାନ କଲେ ଧର୍ମେନ୍ଦ୍ର । ନବରଙ୍ଗପୁର ଗସ୍ତ ବେଳେ କୋରାପୁଟ ରେଳ ଷ୍ଟେସନରେ ଓହ୍ଲାଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କିଛି ଦିନ ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସିଥିଲେ । ତାପରେ କୋରାପୁଟକୁ ଅସୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ରାଜଧାନୀ ଏକ୍ସପ୍ରେସ ଟ୍ରେନ ଭଳି ଡବା ଚଳାଇବା ବ୍ୟବସ୍ଥା କରଯାଇଥିଲା । ମୁଁ ବି ସେଦିନ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେବେ ଠାରୁ ମୋ ମନରେ ଥିଲା, ଯେବେ କୋରାପୁଟକୁ ଯିବି ଟ୍ରେନରେ ଯିବି । ଟ୍ରେନରେ ଆସିବାର ସୁଯୋଗ ମିଳିଲା । ବିଶେଷ କରି ରାୟଗଡ଼ାରୁ କୋରାପୁଟ ପର୍ଯ୍ୟନ୍ତ ଯେଉଁ ସ୍ପାନ ଥିଲା, ବୋଧେ ଭାରତ ବର୍ଷରେ ଥିବା ଦର୍ଶନୀୟ ସ୍ଥାନ ଠାରୁ ଆମ ଅଞ୍ଚଳ ସୁନ୍ଦର । ଅନେକ ପର୍ଯ୍ୟଟକ ମଧ୍ୟ ଦେଓମାଳୀ, ଗୁପ୍ତେଶ୍ୱର ଓ କୋରାପୁଟ ସହର ବୁଲିବା ପାଇଁ ଅସୁଥିଲେ । ବହୁତ ଭଲ ଅନୁଭବ ହେଲା । କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ବହୁତ ଦିନ ପରେ କୋରାପୁଟ ଜିଲ୍ଲାକୁ ଆସିଛି । ପୁଣି ଖୁବଶୀଘ୍ର କୋରାପୁଟ ଆସିବି । ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାକୁ ମଧ୍ୟ ଗସ୍ତ କରିବି ବୋଲି କହିଲେ ଧର୍ମେନ୍ଦ୍ର । ଏ ଅଞ୍ଚଳକୁ ବହୁତ ଆଗରୁ ଆସୁଛି ।
ବିଗତ ୩୦ ବର୍ଷ ଧରି ଏ ଅଞ୍ଚଳକୁ ଆସୁଛି । କୋରାପୁଟ ସବୁବେଳେ ବହୁତ ଭଲ ଲାଗେ । କୋରାପୁଟ ଅଞ୍ଚଳର ଏକ ସ୍ଵାଭାବିକ ସୁନ୍ଦରତା ଅଛି । ଏ ଅଞ୍ଚଳକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ସମସ୍ତେ ଦାୟୀତ୍ୱ ନେବା ଉଚିତ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।












Click it and Unblock the Notifications