ଓଡ଼ିଶା ସରକାରଙ୍କୁ ମହୁଆ ମୈତ୍ରଙ୍କ ଧମକ !
ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ବୁଧବାର ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଓଡ଼ିଶାରେ ବେନିୟମ ଭାବେ ଅଟକ ଥିବା ଶ୍ରମିକମାନଙ୍କ ତୁରନ୍ତ ମୁକ୍ତି ଦାବି କରିଛନ୍ତି। ଏକ୍ସ କରିଥିବା ପୋଷ୍ଟରେ ସାଂସଦ ମହୁଆ କହିଛନ୍ତି, ଝାରସୁଗୁଡା ଓରିଏଣ୍ଟ ପୁଲିସ ଷ୍ଟେସନ ପଚରାଉଚୁରା କେନ୍ଦ୍ରରେ ୪୨୧ ଜଣ ବଙ୍ଗୀୟ ଶ୍ରମିକଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨୩ ଜଣ ଶ୍ରମିକ ସାଂସଦ ମହୁଆଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାନୀଘାଟ ପଂଚାୟତ ମିର୍ଜାପୁର ଗ୍ରାମପଂଚାୟତର ଅଧିବାସୀ ହୋଇଥିବାରୁ ସେମାନଙ୍କୁ ଶୀଘ୍ର ମୁକ୍ତ କରିବା ଲାଗି ସେ ଦାବି କରିଛନ୍ତି।
ଏହାସହ ଆହୁରି କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ରାଜସ୍ବର ୫୦ ପ୍ରତିଶତ ପଶ୍ଚିମବଙ୍ଗରୁ ଆସୁଛି। ୫୦ ପ୍ରତିଶତ ବଙ୍ଗାଳୀ ପର୍ଯ୍ୟଟକ ଓଡ଼ିଶାର ହୋଟେଲରେ ରହୁଛନ୍ତି, ଏଠାକାର ରେସ୍ତୋରାଁରେ ଖାଉଛନ୍ତି। ବିଗତ ଦିନରେ ହେଉ ନ ଥିଲା, ବିଜେପି ସରକାର ଆସିଲା ପରେ ହେଉଛି । ଏଭଳି କହି ପର୍ଯ୍ୟଟକ ନଆସିବା ଧମକ ପରୋକ୍ଷ୍ୟରେ ଦେଇଛନ୍ତି ମହୁଆ।
ଖାଲି ଏତିକି ନୁହେଁ, ଅଟକ ଶ୍ରମିକଙ୍କୁ ଯଦି ତୁରନ୍ତ ଛଡ଼ାନଯାଏ ତାହେଲେ ମାମଲା ହେବ। ଭାବିବା ଉଚିତ ନୁହେଁ ଯେ, ସେମାନଙ୍କ ପାଇଁ ଲଢେଇ କରିବାକୁ କେହି ନାହାନ୍ତି । ମୋ ନିର୍ବାଚନ ମଣ୍ଡଳୀର 23 ଶ୍ରମିକଙ୍କର ସବୁ ବୈଧ ପ୍ରମାଣପତ୍ର ରହିଛି । ସେମାନଙ୍କ ପାଇଁ କୋର୍ଟର ଦ୍ବାରସ୍ତ ହେବେ ବୋଲି TMC ସାଂସଦ ମୋହୁଆ ମୈତ୍ର ନିଜ ଭିଡିଓରେ କହିଛନ୍ତି। ଶ୍ରମିକଙ୍କୁ ଛାଡ଼ିବାକୁ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପିଙ୍କୁ ଅପିଲ୍ କରିଛନ୍ତି।













Click it and Unblock the Notifications