ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ: ସକାଳ ୮.୩୦ରୁ ପହଣ୍ଡି ଓ ଅପରାହ୍ନ ୩ ଟାରୁ ଆରମ୍ଭ ହେବ ରଥ ଟଣା
ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଗୁଣ୍ଡିଚା, ବାହୁଡ଼ା, ସୁନା ବେଶ, ଅଧରପଣା ପାଇଁ ନୀତି ନିର୍ଘଣ୍ଟ ଚୁଡାନ୍ତ କରାଯାଇଛି ।
ପୁରୀ: ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଗୁଣ୍ଡିଚା, ବାହୁଡ଼ା, ସୁନା ବେଶ, ଅଧରପଣା ପାଇଁ ନୀତି ନିର୍ଘଣ୍ଟ ଚୁଡାନ୍ତ କରାଯାଇଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍ନାନଯାତ୍ରା ପାଇଁ ରାତି ଗୋଟାଏରେ ମଙ୍ଗଳାର୍ପଣ ହେବ ଏବଂ ୪ଟା ପର୍ଯ୍ୟନ୍ତ ପହଣ୍ଡି ହେବ। ସ୍ନାନ ପୂର୍ଣ୍ଣିମା ଦିନ ହାତୀ ବେଶ ଦିନ ୧୧ଟାରୁ ୧୨ ଭିତରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସ୍ନାନ ପୂର୍ଣ୍ଣିମାରେ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି ହେବ।
ଆସନ୍ତା ଜୁଲାଇ ୧୨ ତାରିଖ ଦିନ ରଥଯାତ୍ରା ହେବ। ଶ୍ରୀ ଗୁଣ୍ଡିଚା ଦିନ ପହଣ୍ଡି ସକାଳ ସାଢ଼େ ୮ଟା ଟାରୁ ଆରମ୍ଭ ହେବ। ଗଜପତି ମହାରାଜ ଅପରାହ୍ଣ ୨ଟାରେ ଛେରା ପହଁରା କରିବେ। ଏହା ପରେ ଦ୍ୱିପହର ୩ଟାରୁ ରଥ ଟଣା କାର୍ଯ୍ୟକ୍ରମ ହେବ। ସେହିପରି ବାହୁଡ଼ା ଦିନ ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ପହଣ୍ଡି ହେବ ଏବଂ ଅପରାହ୍ଣ ୩ ଟାରୁ ରଥ ଟଣା ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି।
ସେହିପରି ସୁନାବେଶ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଅପରାହ୍ଣ ୪ଟାରୁ ୫.୩୦ ଯାଏ ସୁନା ବେଶ ହେବ। ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବ। ନୀଳାଦ୍ରିବିଜେ ପହଣ୍ଡି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୧୦ରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।












Click it and Unblock the Notifications