ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ:୪ଟା ଯାଏଁ ଗୃହ ମୁଲତବି

ରାହୁଲଙ୍କ ସଦ୍ୟସତା ରଦ୍ଦକୁ ପ୍ରସଙ୍ଗ କରି ବିଧାନସଭାରେ ଆଜି କଂଗ୍ରେସର ପ୍ରତିବାଦ । କଳା ପୋଷକ ପିନ୍ଧି ଗୃହ ମଧ୍ୟ ଭାଗକୁ ଆଜି ନାରାବାଜି ଦେବା ପରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ମୋଦୀ ସରକାଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଯାହା ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଏପରିକି ଏକ ମିନିଟ୍ ଯାଏଁ ବି ଗୃହ କାର୍ଯ୍ୟ ସ୍ୱଭାବିକ ଭାବେ ଚାଲି ପାରିନଥିଲା ।












Click it and Unblock the Notifications