ଜଙ୍ଗଲ ଗଲା ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ
Odisha News: ଜଙ୍ଗଲ ଗଲା ମହାରାଷ୍ଟ୍ରରୁ ଆସୁଥିବା ବାଘୁଣୀ 'ଜିନ୍ନତ'। ଗତକାଲି ଏନକ୍ଲୋଜରରୁ ମୁକ୍ତ କରଯାଇ ଶିମିଳିପାଳ କୋର ଅଞ୍ଚଳକୁ ଛଡାଯାଇଥିଲା । ରାତି ୯ଟା ୩୦ରେ ଛଡାଯାଇଥିବା ନେଇ RCCF ପକ୍ଷରୁ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜଙ୍ଗରେ ତାକୁ ମନିଟରିଂ କରାଯିବ ।

ସୂଚନା ଅନୁସାରେ, ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ 'ଜିନତ୍'କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ବାଘୁଣୀକୁ ଓଡ଼ିଶା ଅଣଯାଇଥିଲା । ୧୪ ତାରିଖ ସନ୍ଧ୍ୟା ୭ଟାରେ ବାଘୁଣୀ ଶିମିଳିପାଳରେ ପହଞ୍ଚିଥିଲା ।












Click it and Unblock the Notifications