ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’: ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିଲା
ଶିମଳିପାଳର 'ଜିନ୍ନତ' ଏବେ ଝାଡ଼ଖଣ୍ଡ ମୁହାଁ । ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ 'ଜିନ୍ନତ' । ଏନେଇ ସୂଚନା ଦେଲେ ଶିମିଳିପାଳ ଆରସିସିଏଫ୍ । ୧୫ ନଭେମ୍ବରରେ 'ଜିନ୍ନତ'କୁ କୋର୍ ଏରିଆକୁ ଛଡ଼ାଯାଇଥିଲା। ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଟିମ୍ 'ଜିନ୍ନତ' ଉପରେ ନଜର ରଖିଛି । ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ 'ଜିନ୍ନତ'କୁ ଶିମିଳିପାଳ ଅଣାଯାଇଥିଲା ।
ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡରେ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡରେ ପ୍ରବେଶ କରିଛି । ତେବେ ଅନୁଧ୍ୟାନକାରୀ ଟିମ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ପାଇଁ ତା ପଛେ ପଛେ ରହିଛନ୍ତି । ଝାଡ଼ଖଣ୍ଡ ବନ ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଖୁବଶୀଘ୍ର ଜିନ୍ନତକୁ ଫେରାଇ ଅଣାଯିବ ।

ସୂଚନା ଯୋଗ୍ୟ, ବାଘୁଣୀ ଜିନ୍ନତ (ଟି୧୬୩ ଏସ୧ଏଫ) ବୟସ ୩ବର୍ଷ । ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବେଳେ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜରରେ ଜିନ୍ନତକୁ ଛଡାଯାଇଥିଲା । ସଫ୍ଟ ଏନକ୍ଲୋଜର ମଧ୍ୟରେ ବାଘୁଣୀ ୩ଟି ବାରାହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଜଙ୍ଗଲରେ ଛଡାଯାଇଥିଲା ।
ଟ୍ରାପ ଚିପ୍ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଜଙ୍ଗଲରେ ବାଘୁଣୀ ଜିନ୍ନତ ବିଚରଣ କରୁଥିବା ବେଳେ ଗତିବିଧି ଓ ସ୍ଵାସ୍ଥ୍ୟବସ୍ଥା ୨୪ଘଣ୍ଟିଆ ବନ ବିଭାଗ ଟିମ ଅନୁଧ୍ୟାନ କରୁଛନ୍ତି । ତେବେ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରି ଝାଡ଼ଖଣ୍ଡରେ ମହାବଳ ବାଘୁଣୀ ପହଞ୍ଚିଛି ।












Click it and Unblock the Notifications