ଫେରିଯିବ ବାଘୁଣୀ 'ସୁନ୍ଦରୀ' !
ବାଘୁଣୀ ସୁନ୍ଦରୀକୁ ନେବାକୁ ଆଜି ମଧ୍ୟପ୍ରଦେଶରୁ ଆସୁଛି ୬ ଜଣିଆ ଟିମ୍ । ଅନୁଗୋଳ ସାତକୋଶିଆକୁ ୬ ଜଣିଆ ଟିମ୍ ଆସୁଥିବା ପିସିସିଏଫ୍ଙ୍କ ସୂଚନା ।
ଭୁବନେଶ୍ବର: ବାଘୁଣୀ ସୁନ୍ଦରୀକୁ ନେବାକୁ ଆଜି ମଧ୍ୟପ୍ରଦେଶରୁ ଆସୁଛି ୬ ଜଣିଆ ଟିମ୍ । ଅନୁଗୋଳ ସାତକୋଶିଆକୁ ୬ ଜଣିଆ ଟିମ୍ ଆସୁଥିବା ପିସିସିଏଫ୍ଙ୍କ ସୂଚନା ।

ଟିମ୍ରେ ଅଛନ୍ତି ଜଣେ ACF ଓ ଜଣେ ପ୍ରାଣୀ ଚିକିତ୍ସକ । ସୁନ୍ଦରୀରର ବ୍ୟବହାର ଓ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିବେ । ସମୀକ୍ଷା ପରେ ସୁନ୍ଦରୀ କେବେ ଫେରିବ ଟିମ୍ ନିଷ୍ପତ୍ତି ନେବ । ସ୍ଥିତି ପରଖିବା ପରେ ବାଘୁଣୀକୁ ସ୍ଵତନ୍ତ୍ର ଗାଡିରେ ନେଇ କାହ୍ନା ଅଭୟାରଣ୍ୟର ଗରିଲା ଏନକ୍ଲୋଜରରେ ଛଡାଯିବାର ଯୋଜନା ରହିଛି ।
ଉଲ୍ଲେଖଯୋଗ୍ୟ, ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପରେ ଏନଟିସିଏର ନିଷ୍ପତ୍ତି ସ୍ପରୂପ 'ସୁନ୍ଦରୀ'କୁ ସାତକୋଶିଆ ଅଣାଯାଇଥିଲା । ମାତ୍ର ବାଘୁଣୀ ସୁନ୍ଦରୀ ଜଣେ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ରାଜ୍ୟରେ ତୁମ୍ବୀ ତୋଫାନ ହେବା ସହ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଥିଲା।












Click it and Unblock the Notifications