Get Updates
Get notified of breaking news, exclusive insights, and must-see stories!

ମା’ ହେଲା ବାଘୁଣୀ ‘ଜୟଶ୍ରୀ’

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଟିଛି ଏକ ବିରଳ ଘଟଣା। ମାତ୍ର ୩୪ ମାସ ବୟସରେ ମା' ହୋଇଛି ବାଘୁଣୀ 'ଜୟଶ୍ରୀ'। ଯଦିଓ ନନ୍ଦନକାନନ ଇତିହାସରେ ସର୍ବକନିଷ୍ଠ ମା'ବାଘୁଣୀ ଭାବେ 'ଜୟଶ୍ରୀ ରେକର୍ଡ କରିଛି, ତେବେ ଅପ୍ରାପ୍ତବୟସ୍କ ମା' ହେତୁ ଶାବକମାନଙ୍କ ବଞ୍ଚିବା ଆଶା କ୍ଷୀଣ ରହିଛି।

Tigress

ଶନିବାର ମଧ୍ୟାହ୍ନରୁ 'ଜୟଶ୍ରୀ' ଗୋଟିଏ ପରେ ଗୋଟିଏ ୩ଟି ଶାବକ ଜନ୍ମ ଦେଇଥିବା ବେଳେ ସେଥିରୁ ଦୁଇଟି ଶାବକର ମୃତ୍ୟୁ ହୋଇଛି। ଚନ୍ତାର ବିଷୟ ହେଲା ଜୀବିତ ଶାବକଟିକୁ 'ଜୟଶ୍ରୀ' ଗ୍ରହଣ କରିନାହିଁ। ତେଣୁ ଶାବକଟିକୁ ଉଦ୍ଧାର କରି ଶିଶୁ ଯତ୍ନ ଗୃହରେ ଛଡାଯାଇଛି । ପ୍ରାଣୀ ଚିକିତ୍ସକ ତା ଉପରେ ନଜର ରଖିଛନ୍ତି। ଜନ୍ମିତ ଶାବକକୁ ମିଶାଇ ପ୍ରାଣୀଉଦ୍ୟାନରେ ବାଘ ସଂଖ୍ୟା ୨୯ କୁ ବୃଦ୍ଧି ପାଇଛି। ବାଘୁଣୀମାନେ ସାଧାରଣତଃ ୩ ରୁ ୪ ବର୍ଷ ମଧ୍ୟରେ ଏବଂ ବାଘମାନେ ୪ରୁ ୫ ବର୍ଷ ମଧ୍ୟରେ ପ୍ରାପ୍ତବୟସ୍କ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ଉଭୟ ଅମିତ ଏବଂ ଜୟଶ୍ରୀଙ୍କୁ ସମାନ ନ ୩୪ ମାସ । ଏତେ କମ୍ ବୟସରେ 'ଜୟଶ୍ରୀ' ଓ 'ଅମିତ'ର ମିଳନ ହେବା ଦାୟିତ୍ଵରେ ଥିବା ଅଧିକାରୀଙ୍କ ଅବହେଳାକୁ ପଦାରେ ପକାଇଛି । ଉପଯୁକ୍ତ ସମୟରେ ବାଘ ଓ ବାଘୁଣୀଙ୍କ ମିଳନ ପାଇଁ ସୁଯୋଗ ଦେବା କଥା । ଗୋଟିଏ ମା'ଠାରୁ ଜନ୍ମ ହୋଇ 'ଜୟଶ୍ରୀ' ଓ 'ଅମିତ' ଏକତ୍ର ରହୁଥିଲେ। ଜନ୍ମ ହେବା ପରେ ସମୟ କ୍ରମେ 'ଜୟଶ୍ରୀ' ଓ ଅମିତକୁ ଅଲଗା ରଖିବା କଥା। ବାଘୁଣୀ ଅଙ୍କିତା ଓ ବାଘ ନନ୍ଦନ ଔରସରୁ ୨୦୨୩ ଫ୍ରେବୃଆରୀ ୧୭ ତାରିଖରେ ୪ ଟି ଶାବକ ଜୟଶ୍ରୀ, ଅମିତ , ଶ୍ରୀ ଓ ତୃପ୍ତି ଜନ୍ମ ହୋଇଥିଲେ। ୨୦୨୪ ଜାନୁୟାରୀ ୨୦ ତାରିଖରେ ୧୧ ମାସର ହୋଇଥିବା ବେଳେ ପର୍ଯ୍ୟଟକ ଦେଖିବା ପାଇଁ ୩୧ -କ ଖୁଆଡରେ ଛଡ଼ାଯାଇ ଥିଲା। ସେହି ଖୁଆଡରେ ରହୁଥିବା ବାଘ ଅମିତ ସହ ବାଘୁଣୀ ଜୟଶ୍ରୀର ମିଳନ ହୋଇଥିଲା। ଜୟଶ୍ରୀ ମାଆ ହୋଇଥିବା ଜଣାପଡିବା ପରେ ସମସ୍ତଙ୍କ ଠାରୁ ତାକୁ ଅଲଗା ରଖା ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+