Get Updates
Get notified of breaking news, exclusive insights, and must-see stories!

କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା,ଆନ୍ଦୋଳନକାରୀଙ୍କୁ ଜଗିବ AI ଓ ଡ୍ରୋନ୍‌

ଆସନ୍ତାକାଲି କଂଗ୍ରେସ କର୍ମୀଙ୍କ ଓଡ଼ିଶା ବନ୍ଦ ଡାକରା। FM କଲେଜ ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ଉଠୁଛି ପଡୁଛି ରାଜନୀତି। ପିଡୀତା ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ସେପଟେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସମୟରେ ସେମାନଙ୍କ ଉପରେ ପୂରା ନଜର ରଖିବ ପୋଲିସ। ଏଥିପାଇଁ ପୋଲିସ ଫୋର୍ସ ଅଧିକ ମୁତୟନ ହେବେ।

ଡ୍ରୋନ୍ ଓ AI କ୍ୟାମେରାରେ ନଜର ରଖାଯିବ। ସବୁ ଛକ, ଅଫିସରେ ପୋଲିସ ମୁତୟନ ହେବେ। ହିଂସା ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର ସୁରେଶ ଦେବଦତ୍ତ

congress

ରାଜଧାନୀ ଭୁବନଶ୍ବେର ଓ କଟକର ବିଭିନ୍ନ ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ପୁଲିସ ମୁତୟନ ହେବେ। ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୁଲିସ ମୁତୟନ ହେବେ। ପୁଲିସ କମିସନର ଏସ୍‌ ଦେବଦତ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପୁଲିସ କମିସନର କହିଛନ୍ତି, ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମନିଟର କରିବେ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ। କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ରେଳରୋକ ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+