Get Updates
Get notified of breaking news, exclusive insights, and must-see stories!

ନୂଆବର୍ଷରେ ପୁରୀରେ କଡ଼ା ସୁରକ୍ଷା ବଳୟ; ୪ ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ଇଂରାଜୀ ନବବର୍ଷ ପାଇଁ ବେଶ୍ ଚଳଚଞ୍ଚଳ ପୁରୀ ସହର। ପର୍ଯ୍ୟଟକଙ୍କ ପୁରୀକୁ ଆଗମନ ବଢ଼ିବାରେ ଲାଗିଛି। ଏହାରି ଭିତରେ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ୩୦ ଡିସେମ୍ବର ଠାରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ୨୦୨୬ ନୂଆବର୍ଷରେ ପୁରୀରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି, ସମସ୍ତ ସରକାରୀ ଅଧିକାରୀଙ୍କୁ ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

puri shreemandira

ଏହାସହିତ ୭୦ ପ୍ଲାଟୁନ ଫୋର୍ସ ସମେତ ନୂଆବର୍ଷ ଲାଗି କଡ଼ା ସୁରକ୍ଷା ବଳୟ ଭିତରେ ରହିବ ପୁରୀ ସହର । ଟ୍ରାଫିକ୍ ଓ ମନ୍ଦିର ଭିତରେ ଲଗାଯାଇଛି ସିସିଟିଭି । ପାଖାପାଖି ୩୪୪ ଟି କ୍ୟାମେରା ଲାଗିଛି ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି ।

ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।ଏହାସହିତ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରବେଶ ପଥରେ କଡାକଡି ଯାଞ୍ଚ ସହ ପାର୍କିଂ ଉପରେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇଥିବା କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+