ପିଏମ ମୋଦିଙ୍କ ଗସ୍ତ ପାଇଁ କଡ଼ାକଡି ସୁରକ୍ଷା, ଏତିକି ପ୍ଲାଟୁନ୍ ଫୋର୍ସ ହେବେ ମୁତୟନ

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଚଣ୍ଡୀଖୋଲଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ ଯୋଗ ଦେବେ । ଏହାସହ ବିଜେପିର ଏକ ଦଳୀୟ ସାଧାରଣ ସଭାକୁ ସେ ସମ୍ବୋଧିତ କରିବେ ।

ମାର୍ଚ୍ଚ ୫ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ଯାଜପୁରର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରର ଅଟେ ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପିଏମଙ୍କ ସୁରକ୍ଷା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି ଏବଂ ସୁରକ୍ଷା ସଂକ୍ରାନ୍ତ ସମସ୍ତ ବିଭାଗ ସହ ଆଲୋଚନା ଚାଲିଛି । ବିମାନବନ୍ଦର ଓ ରାଜଭବନକୁ ହାଇ ସିକ୍ୟୁରିଟି ଜୋନରେ ରଖାଯାଇଛି ।

Narendra modi

ବିମାନ ବନ୍ଦର ଆଖପାଖ ଅଞ୍ଚଳରେ ବହୁତଳ ପ୍ରସାଦ ଉପରେ ନଜର ରଖାଯାଇଛି । ସେଠାକାର ଲୋକଙ୍କ ପରିଚୟ ପତ୍ର ଓ ତଥ୍ୟ ପୋଲିସ୍ ପାଖରେ ରହିବ । ଯଦି ଆବଶ୍ୟକ ପଡେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଆସନ୍ତି । ତେବେ ରାଜଭବନରେ ସମସ୍ତ ବ୍ୟବସ୍ଥା ରଖାଯାଇଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+