ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ଜଗିବେ ୮୧ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କର ଜନ୍ମ ଦିବସ ଅବସରରେ ରାଜ୍ୟରେ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ ।

ମୋଦିଙ୍କ ଗସ୍ତ ସମୟରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ । ୧୧ ଜଣ ଡିସିପି ରାଙ୍କ ଅଧିକାରୀ, ୨୨ ଜଣ ଅତିରିକ୍ତ ଡିସିପି, ୬୬ ଜଣ ଏସିପି, ୧୦୦ ଜଣ ଆଇଆଇସି, ୩ ଶହ ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ । SPG ଟିମ୍ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

narendra modi

ଭୁବନେଶ୍ବର ବିମାନବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ କରାଯିବ । ବ୍ୟାପକ ମହିଳା ପୋଲିସଙ୍କ ସହ ସାଧା ପୋଷାକରେ ବୁଲିବେ ପୋଲିସ କର୍ମଚାରୀ । STU, ଓଡ୍ରାଫ ଓ CRPF କମ୍ପାନୀର ମୋଟ୍ ୬ଟି ୟୁନିଟ୍ ମଧ୍ୟ ମୁତୟନ ହେବେ । ଉଚ୍ଚ ଅଟାଳିକାରେ ପୋଲିସ ମୁତୟନ କରାଯାଇଛି । ଏଥିସହିତ ଓଡ୍ରାଫ, ୬ କମ୍ପାନୀ ସିଆରପିଏଫ୍‌ ମଧ୍ୟ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+