ଶିମିଳିପାଳରେ ବାଘ ଲଢେଇ
ମୟୂରଭଞ୍ଜ: ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ଯୁଦ୍ଧ। ଦୁଇ ମହବଳଙ୍କ ବୟସ ସମାନ ବୋଲି କୁହାଯାଉଛି । ତେବେ ଏହି ଫାଇଟ୍ ପ୍ରାୟ ମାସେ ତଳେ ଘଟିଥିବା ବେଳେ ଏବେ ଏହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି । ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ, ଟି ୩୫ ଏକାକୀ ବୁଲୁଛି ।

ଗତ ନଭେମ୍ବରରେ ଶିମିଳିପାଳରେ T-୩୧ ଓ T-୩୫ ନାମକ ଦୁଇଟି ବାଘ ମଧ୍ୟରେ ଏହି ବିଗ୍ ଫାଇଟ ହୋଇଥିଲା। ଉଭୟଙ୍କ ମଧ୍ୟରୁ T-୩୫ ଅପେକ୍ଷାକୃତ ଭାବେ T-୩୧ ଅପେକ୍ଷା ଯୁବ ବୟସର। ତେଣୁ T-୩୧ ସାମନାରେ ତିଷ୍ଠି ପାରି ନ ଥିଲା T-୩୫ । ଆଉ ଦେଇଥିଲା ପଛ ଘୁଞ୍ଚା।
ଫଳରେ ଶିମିଳିପାଳ ଅଭୟାରଣ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ T-୩୧ ନିଜର ଏକ ଚାଟିଆ ଆଧିପତ୍ୟ ଜାହିର କରିଥିବା ସ୍ପଷ୍ଟ ହୋଇଛି।ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି। ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ, ଫାଇଟ୍ ପରେ ଉକ୍ତ ଅଞ୍ଚଳରେ T-୩୫ ମହାବଳ ଏକାକୀ ବୁଲୁଛି। ଅର୍ଥାତ ଏହି ବାଘଟି ଲଢ଼େଇରେ ଜିତିଥିବାର ଅନୁମାନ କରାଯାଉଛି।












Click it and Unblock the Notifications