ନୂଆପଡାରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
ନୂଆପଡ଼ା: ପୁଣି ବାଘ ଆତଙ୍କ । ବାଘ ଆତଙ୍କରେ ଭୟଭୀତ ଗ୍ରାମବାସୀ। ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ସୋମବାର ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକ୍ସନର କୁକୁଡ଼ାତାଲ ଗାଁରେ ପୁଣି ବାଛୁରିକୁ ମାରି ଖାଇଛି ବାଘ। ମଙ୍ଗଳବାର ସକାଳେ ଗାଁର ଫଗୁନୀ କେଉଟ ନିଜ ଗୁହାଳରେ ବାଛୁରି ନଥିବା ଦେଖି ଆଖପାଖରେ ଖୋଜିଥିଲେ। ପରେ ବାଛୁରିଟି ଏକ ଚାଷ ଜମିରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ବାଘ ଆକ୍ରମଣ କରି ମାରି ଖାଇଥିବା ଜଣାପଡ଼ିବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ।

ସୁଚନା ଯୋଗ୍ୟ ଯେ। ଗତ କିଛି ଦିନ ତଳେ ନୂଆପଡ଼ା ସଦର ରେଞ୍ଜ କୁକୁଡାଟାଲ ଗାଁ ପାଖ ମୁଶର ଜଙ୍ଗଲ ଲୋକ ପଥର ଉପରେ ବାଘ ବସିଥିବା କିଛି ଦେଖୁବାକୁ ପାଇଥିଲେ ।
ସେହିପରି ପୂର୍ବରୁ ସେହି ପଥର ଉପରେ ଦୁଇଟି ବାଘ ବସିଥିବା ଦେଖା ଦେଇଥିବା ବେଳେ ବର୍ତ୍ତମାନ ଗୋଟିଏ ବାଘ ବୁଲୁଥିବା ଲୋକେ ଦେଖୁଛନ୍ତି । ଏନେଇ କୁକୁଡାଟା ଗାଁ ରେ ଭୟର ବାତାବରଣ ରହିଛି।












Click it and Unblock the Notifications