ଗାଁରେ ବୁଲୁଛି ମହାବଳ ବାଘ, ଲୋକ ଆତଙ୍କିତ
Boudh News: ବୌଦ୍ଧ ଜିଲ୍ଲା ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ । ମୁଣ୍ତେଶ୍ୱର ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଅଭିଯୋଗ ହୋଇଛି । ବାଘକୁ ଦେଖି ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏକ ପୋଖରୀ ଖୋଳୁଥିବା ସମୟରେ ବାଘ ବାହାରିଥିବା ନେଇ କିଛି ଲୋକେ କହିଥିଲେ । ଯାହା ପରେ ମାଧପୁର ରେଞ୍ଜ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ବାଘର ପାଦ ଚିହ୍ନ ଟ୍ରାକ୍ କରାଯିବ । ଯଦି ବାଘ ଥିବ ତେବେ ବାଘର ଗତିବିଧି ଜାଣିବା ପାଇଁ କ୍ୟାମେରା ଲଗାଯିବା ନେଇ ସୂଚନା ଦେଇଛନ୍ତି ମାଧପୁର ରେଞ୍ଜର ।












Click it and Unblock the Notifications