ବାରିପଦାରେ ମହାବଳ ବାଘଛାଲ ଜବତ, ୫ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍
ବାରିପଦାରେ ମହାବଳ ବାଘଛାଲ ଜବତ, ୫ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍
ବାରିପଦା: ଶିମିଳିପାଳରେ ଶିକାରୀଙ୍କ ରାଜ । ବେଧଡକ ଚାଲିଛି ବନ୍ୟ ଜୀବଜନ୍ତୁଙ୍କର ଶିକାର । ପ୍ରଥମେ ହାତୀ ଏବେ ଶିକାରୀ ଆକ୍ରମଣରେ ଗଲା ମହାବଳର ଜୀବନ । ସେପଟେ ସଜାଗ ହୋଇଛି ଏସଟିଏଫ୍ । ଗ୍ରାହକ ସାଜି କଲା ଚଢାଉ ।

ବାରିପଦାରେ ଏସଟିଏଫ୍ ଟିମକୁ ମିଳିଲା ବଡ଼ ସଫଳତା, ଜବତ କଲା ମହାବଳ ବାଘଛାଲ । ଗିରଫ ହେଲା ଜଣେ ଶିକାରୀ । ସୂଚନା ଅନୁସାରେ, ବାରିପଦା ବନଖଣ୍ତ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରେ ମହାବଳ ବାଘ ଚମଡ଼ା ଜବତ କରାଯାଇଛି । ଗ୍ରାହକ ସାଜି ବାଘ ଛାଲ ଡିଲ୍ କରିବା ପାଇଁ ପହଁଚିଥିଲା ବାରିପଦା ଏସଟିଏଫ୍ ଟିମ୍, ଯାହାର ଜାଲରେ ଫସିଥିଲେ ଦୁଇ ଶିକାରୀ । ୫ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍ । ଜବତ ବାଘ ଚମଡ଼ାର ଲମ୍ବ ପ୍ରାୟ ୭ ଫୁଟର ବୋଲି ସୂଚନା ରହିଛି । ବାଘ ଛାଲଟି ପ୍ରାୟ ଏକ ମାସ ତଳର ବୋଲି ଜଣା ପଡିଛି । ଏହି ମାମଲାରେ ଦୁଇ ଶିକାରୀ ଫେରାର ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫାଗୁ ହାଁସଦାକୁ ଗିରଫ କରିଛି ଏସିଟିଏଫ୍ ।












Click it and Unblock the Notifications