ବାଘ ଖୋଜିଲେ, ବଣଭୂଆ ପାଇଲେ: ଏୟାରପୋର୍ଟ ଅଞ୍ଚଳରେ ଖୋଳାଇଥିଲା ଆତଙ୍କ

ବାଘ ଖୋଜିଲେ, ବଣଭୂଆ ପାଇଲେ । ରାଜଧାନୀର ବିମାନ ବନ୍ଦରରେ ବାଘ ଆତଙ୍କ ଖେଳାଉଥିବା ଖବର ପ୍ରଚାର ପରେ ତତ୍ପର ହୋଇଥିଲା ବନ ବିଭାଗ । ହେଲେ ତାହା ବାଘ ନୁହଁ, ବଣଭୂଆ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତି ୨ଟା ବେଳେକୁ ଏହା ବଣଭୂଆ ବୋଲି ସ୍ପଷ୍ଟ ହୋଇଛି। ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି ।

wild cat

ବିମାନ ବନ୍ଦର ଡମ୍ପିଂୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା । ବନ ବିଭାଗ କର୍ମଚାରୀ ଦିନ ସାରା ସଂପୃକ୍ତ ଅଞ୍ଚଳରେ ଛାନ୍‌ଭିନ୍‌ କରିଥିଲେ । ଜନ୍ତାରେ କୁକୁଡ଼ା ବାନ୍ଧି କଲରାପତରିଆକୁ ଧରିବାକୁ ଉଦ୍ୟମ କରିଥିଲା ବନ ବିଭାଗ । ଜାଲ ବସାଇ ଗଛ ଉପରେ ମଧ୍ୟ ଲୋକ ବସି ରହିଥିଲେ । ଜନ୍ତା ପାଖରେ ନନ୍ଦନକାନନରୁ ଅଣାଯାଇଥିବା ୪ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ସନ୍ଧ୍ୟାରେ ଜନ୍ତା ପାଖରେ ପକାଯାଇଥିବା ମାଂସଖଣ୍ଡ ଗୁଡ଼ିକୁ କୌଣସି ଜନ୍ତୁ ଖାଇନଥିଲେ । ହେଲେ ରାତି ୨ଟା ବେଳେ ଗୋଟିଏ ବଣଭୂଆ ଧାଇଁ ପଳାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+