Get Updates
Get notified of breaking news, exclusive insights, and must-see stories!

ରାୟଗଡାରେ ବାଘ ଆତଙ୍କ: ସତର୍କ ରହିବା ପାଇଁ ବନବିଭାଗର ପରାମର୍ଶ

ରାୟଗଡା: ରାୟଗଡାରେ ବାଘ ଆତଙ୍କ ବାଘ ଆତଙ୍କ । ପ୍ରଥମେ ଗଜପତି ଜିଲ୍ଲାର ଆର୍-ଉଦୟଗିରି ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି ହୋଇଥିଲା । ବାଘକ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ପରେ ବାଘର ଫଟୋ କଏଦ ହୋଇଥିଲା । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବାଘଟି ଗଜପତି ଜିଲ୍ଲା ସୀମାନ୍ତ ଅତିକ୍ରମ କରି ରାୟଗଡା ସୀମାନେ ପ୍ରବେଶ କରିଥିବା ନେଇ ଆଶଙ୍କା କରାଯାଉଛି ।

ଯେଉଁଥି ପାଇଁ ଗାଁ ଲୋକଙ୍କୁ ସତର୍କ ରହିବା ପାଇଁ ଏବଂ ଗୃହପାଳିତ ପଶୁଙ୍କୁ ଜଙ୍ଗଲ ଭିତରକୁ ନଛାଡିବା ପାଇଁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

rayagada

ସୂଚନଥାଉ ଯେ, ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ବାଘ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ରାତିରେ ଅଯଥା ନବାହାରିବା ସହ ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାଥାଉ କି, ଏହା ପୂର୍ବରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଞ୍ଚଳରେ ମହାବଳଟି ବୁଲୁଥିବା ଏବଂ ଗୋରୁଗାଈ ଶିକାର କରୁଥିବା ଖବର ସାମ୍ନାକୁ ଆସିଥିଲା । ପରେ ବନ ବିଭାଗ ପକ୍ଷରୁ ଏହାକୁ ଟ୍ରାପ କରିବା ପାଇଁ କ୍ୟାମେରା ମଧ୍ୟ ଲାଗିଥିଲା । କ୍ୟାମେରାରେ ମହାବଳର ଫଟୋ ସାମ୍ନାକୁ ଆସିଥିଲା । ମହାବଳ ଉପରେ ବନ ବିଭାଗ ନଜର ରଖିଛି । ତେବେ ମହାବଳ ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ 5ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+