ନନ୍ଦନକାନନରେ ବୃଦ୍ଧି ପାଇଲା ବାଘ ସଂଖ୍ୟା, ଆସିଲା ନୂଆ ଅତିଥି
Nandankanan News: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସୋମବାର ଏକ ନୂଆ ଅତିଥି ଆସିଛି, ଜନ୍ମ ନେଇଛି ନୂଆ ଶାବକ । ବାଘୁଣୀ ଅଙ୍କିତାଓ ସୈଫଙ୍କ ଔରଷରୁ ବାଘ ଶାବକ ଜନ୍ମ ନେଇଛି । ଏହି ଶାବକକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ, ନନ୍ଦନକାନନରେ ବାଘ ସଂଖ୍ୟା ୧୬ ଓ ବାଘୁଣୀଙ୍କ ସଂଖ୍ୟା ୧୧ ରହିଛି । ବର୍ତ୍ତମାନ ଜନ୍ମ ନେଇଥିବା ବାଘ ଶାବକର ଲିଙ୍ଗ ନିରୂପଣ ହୋଇ ନାହିଁ, ମା ଏବଂ ଛୁଆକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି ।












Click it and Unblock the Notifications