କୋଟିଆରେ ମହାବଳ ବାଘ ଆତଙ୍କ !
କୋରପୁଟ ଜିଲ୍ଲା କୋଟିଆରେ ମହାବଳ ବାଘ ଆତଙ୍କ । ଜିଲ୍ଲାର ତିନୋଟି ଗାଁ ଯଥା ଫାଟୁସିନେରୀ, ହରମାଣ୍ତିଙ୍ଗି ଓ ଫଗୁଣଶିନେରି ନିକଟରେ ଆନ୍ଧ୍ର ସୀମାରେ କିଛି ଦିନ ହେବ ଏକ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି
କୋରପୁଟ: କୋରପୁଟ ଜିଲ୍ଲା କୋଟିଆରେ ମହାବଳ ବାଘ ଆତଙ୍କ । ଜିଲ୍ଲାର ତିନୋଟି ଗାଁ ଯଥା ଫାଟୁସିନେରୀ, ହରମାଣ୍ତିଙ୍ଗି ଓ ଫଗୁଣଶିନେରି ନିକଟରେ ଆନ୍ଧ୍ର ସୀମାରେ କିଛି ଦିନ ହେବ ଏକ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ଏବେ ଆତଙ୍କିତ ଗାଁ ଲୋକ । ବାଘର ପାଦ ଚିହ୍ନ ମଧ୍ୟ ଏହି ଅଞ୍ଚଳରେ ଦେଖିବା ପାଇଁ ମିଳିଛି ।

କିଛି ଦିନ ମଧ୍ୟରେ ମହାବଳ ବାଘ ଆକ୍ରମଣରେ ଗାଁର ଦୁଇଟି ଗାଈର ମୃତ୍ୟୁ ହୋଇଥିବା ବେଳେ ଗୋଟେ ବାଛୁରୀ ମଧ୍ୟ ବାଘ ଆକ୍ରମଣରେ ଆହତ ହୋଇଛି ବୋଲି ଗାଁ ଲୋକେ ଦାବି କରୁଛନ୍ତି । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନିୟ ବାସିନ୍ଦା ।
ତେବେ ଆନ୍ଧ୍ର ପ୍ରଦେଶର ପାହାଡ଼ରେ ମହାବଳ ବାଘ ଆତଙ୍କ ଦେଖିବା ପାଇଁ ମିଳିବା ପରେ ଘଟଣା ସ୍ଥଳରେ ପହଁଚି ଗାଁରେ ବାଘର ଉପସ୍ଥିତି ନେଇ ଅନୁଧ୍ୟାନ କରିଛି ଆନ୍ଧ୍ର ବନ ବିଭାଗ । ଓଡ଼ିଶା ବନ ବିଭାଗ ମଧ୍ୟ କୋଟିଆ ଲୋକଙ୍କ ସୁରକ୍ଷାକୁ ନଜର ରଖି ତୁରନ୍ତ ବାଘର ଉପସ୍ଥିତି ନେଇ ଅନୁଧ୍ୟାନ ଆରମ୍ଭ କରୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।












Click it and Unblock the Notifications