ଶିମିଳିପାଳରେ ଆରମ୍ଭ ହେଲା ବାଘ୍ ଗଣନା, ୨୦୨୬ରେ ଆସିବ ରିପୋର୍ଟ

ଆଜିଠୁ ବାଘ ଗଣନା ଆରମ୍ଭ। ସର୍ବଭାରତୀୟ ସ୍ତରରେ ଆଜିଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବନ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ଟିମ୍ କରାଯାଇଛି। ଏହାସହ ବାରିପଦାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ ଗଣନା ଆରମ୍ଭ ହୋଇଛି।

Tiger census

ଏଥିପାଇଁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବାଘ ଗଣନା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍‌ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ ହେବ।

ବନ ବିଭାଗ ପକ୍ଷରୁ ଯେଉଁ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବେ ସେମାନେ ଜଙ୍ଗଲରେ ବାଘର ପାଦଚିହ୍ନ, ଆମ୍ପୁଡ଼ା ଚିହ୍ନ ଓ ମଳମୂତ୍ରର ନମୁନାରୁ ବାଘ ଗଣତି କରିବେ।

ଏହା ପରେ ଏନ୍‌ଟିସିଏକୁ ରିପୋର୍ଟ ଦିଆଯିବ ଏବଂ ୨୦୨୬ରେ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଶିମିଳିପାଳ ଟାଇଗର ରିଜର୍ଭ (ଏସ୍‌ଟିଆର୍‌) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଚାରି ବର୍ଷ ପୂର୍ବରୁ ବାଘ ଗଣନା ହୋଇଥିଲା। ଆଉ ଗତ ଚାରି ବର୍ଷ ପୂର୍ବରୁ ଶିମିଳିପାଳରେ ୨୪ଟି ବୟସ୍କ ମହାବଳ ବାଘ ଥିବାବେଳେ ୮ଟି ଶାବକ ରହିଛନ୍ତି। ଏହି ସଂଖ୍ୟାରେ ବୃଦ୍ଧି ଘଟିଛି ନା ବାଘବଂଶ ହ୍ରାସ ପାଉଛି, ତାହା ଗଣନା ରିପୋର୍ଟ ଆସିଲେ ଜଣାପଡ଼ିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+