କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ, ବୃଦ୍ଧାଙ୍କୁ ମାରି ଖାଇଛି ଏହି ମଣିଷ ଖିଆ

Tiger

ନୂଆପଡା: କ୍ୟାମେରାରେ କଏଦ ହେଲା ମଣିଷ ଖିଆ ବାଘର ଚିତ୍ର । ଗତ କିଛି ଦିନ ହେଲା ଆତଙ୍କ ଖେଲାଇଥିବା ମଣିଷ ଖିଆ କଲରାପତରିଆ ବାଘର ଚିତ୍ର କ୍ୟାମେରାରେ କଏଦ ହୋଇଛି ।

ଗତ କିଛି ଦିନ ଧରି ସୁନାବେଡ଼ା ଅଭୟାରଣ୍ୟ ଓ ନୂଆପଡ଼ା ସଦର ରେଞ୍ଜ ଅଞ୍ଚଳରେ ଏହି ବାଘ ଆତଙ୍କ ଖେଳାଇ ଥିଲା । ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହା ପରେ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ଟ୍ରପ୍‌ କ୍ୟାମେରା ଖଞ୍ଜିଥିଲା। ଯେଉଁଥିରେ କଏଦ ହୋଇଛି ମଣିଷ ଖିଆ ବାଘର ଚିତ୍ର ।

ଏହି ବାଘଟି ମଣିଷ ଖାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସୁନାବେଡ଼ ଅଭୟାରଣ୍ୟର ଜଳମଡ଼େଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ଜଳମଡ଼େଇ ଗାଁ ଓ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବନ ବିଭାଗ ୧୩ଟି ଟ୍ରାପ୍‌ କ୍ୟାମେରା ଲଗାଇଥିଲା।

ସେହିପରି ଗତ ୨୯ରେ ନୂଆପଡ଼ା ଦରିଆ ମହୁଆଭଟା ଗାଁରେ ଗାଈକୁ ବାଘ ମାରିଥିବା ଅଭିଯୋଗ ଲୋକେ ଆଣିଥିଲେ। ଜଙ୍ଗଲକୁ ଗାଈ ଚରି ଯାଇଥିବା ବେଳେ ବାଘ ମାରିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା। ଗତ ମାର୍ଚ୍ଚ ୧୪ରେ ମଧ୍ୟ ସେ ଗ୍ରାମରେ ଭାଗରଥି ଭୋଇଙ୍କ ଗୁହାଳକୁ କଲରା ପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+