ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ ବର୍ଷା!୩୦ ଜିଲ୍ଲାକୁ ସତର୍କ.....
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା ୫ ଦିନ ମଧ୍ୟରେ ଝଡ଼, ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼, ବଜ୍ରପାତ ଓ ପବନ ନେଇ ସମସ୍ତ ୩୦ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ, ପବନର ବେଗ ଗହନତା ପ୍ରତି ୩୦ରୁ ୪୦ କି.ମି. ରହିବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ଆସନ୍ତାକାଲି ପାଇଁ ୯ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଥିବା ବେଳେ ୮ ତାରିଖ ପାଇଁ ୫ ଜିଲ୍ଲା, ୯ ତାରିଖ ପାଇଁ ୨ ଜିଲ୍ଲା ଏବଂ ୧୦ ତାରିଖ ପାଇଁ ୪ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି। ଗରମ ଓ ଗୁଳୁଗୁଳି ନେଇ ୭ ତାରିଖ ପାଇଁ ୧୧ ଜିଲ୍ଲା, ୮ ତାରିଖ ପାଇଁ ୧୧ ଜିଲ୍ଲା, ୯ ତାରିଖ ପାଇଁ ୧୧ ଜିଲ୍ଲା ଏବଂ ୧୦ ତାରିଖ ପାଇଁ ୧୧ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି।












Click it and Unblock the Notifications