ତାତିରୁ ମିଳିଲା ଆଶ୍ୱସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା
କଟକ: ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଆଠ ଦିନ ପରେ କଟକ ସହରଵାସୀଙ୍କୁ ଅସହ୍ୟ ଗରମ, ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ସ୍ୱଳ୍ପ ସମୟ ହେଉ ପଛେ ଅସରାଏ ବର୍ଷାରେ ଭିଜିଥିଲା କଟକ ।

ଉପକୂଳ ଓଡିଶାରେ ପାଗ ମେଘୁଆ ସହିତ କାଳବୈଶାଖୀ ବର୍ଷା ଜାରି ରହିଛି । ସେହିପରି ଭୁବନେଶ୍ବରରେ ଘଡଘଡି ବିଜୁଳି ସହ ବର୍ଷାପବନ ହୋଇଛି । ଏହାଛଡ଼ା ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁରରେ ବି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଉପକୂଳ ଓଡିଶାରେ ୧୦ ହଜାରରୁ ଅଧିକ ଥର ବିଜୁଳି ମାରିଥିବା ସୂଚନା ମିଳିଛି । ଦାମିନି ଆପରୁ ବିଜୁଳି ସମ୍ପର୍କରେ ସୂଚନା ମିଳିଛି । ବର୍ଷା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।












Click it and Unblock the Notifications