ନକ୍ସଲଙ୍କ ବର୍ବରକାଣ୍ଡ, ଆଇଡି ବିସ୍ଫୋରଣରେ ୩ ଗ୍ରାମବାସୀ ଗୁରୁତର
IED ବିସ୍ପୋରଣରେ ୩ ଗୁରୁତର । ଚିକିତ୍ସା ପାଇଁ ସୁକମା ମେଡିକାଲରେ ଭର୍ତ୍ତି । ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତାଗୁଫା ଜଙ୍ଗଲରେ IED ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ସ୍ଥାନୀୟ ଆଦିବାସୀ ଗୁରୁତର ହୋଇଛନ୍ତି । ଘଟଣା ପରେ CRPFର ୨୦୩ ବାଟାଲିୟନର କୋବ୍ରା ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଅପରେସନ ବେଳେ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଡମ୍ପ ଜବତ କରିଛି ସୁରକ୍ଷକର୍ମୀ । ସୁରକ୍ଷକର୍ମୀଙ୍କୁ ବଡ଼ ଧରଣର ଟାର୍ଗେଟ ଯୋଜନା କରୁଥିବା ମାଓବାଦୀଙ୍କ ଉଦ୍ୟମ ପଣ୍ଡ କରିଛି ସୁରକ୍ଷକର୍ମୀ।

ସୂଚନା ଅନୁସାରେ ଦାମ୍ପାୟା, ଏରାଗୁଫା ଅଂଚଳର ଗ୍ରାମବାସୀ କୌଣସି କାମ ଉଦେଶ୍ୟରେ ବନ୍ଦେପାରା ଅଂଚଳକୁ ଯାଉଥିଲେ। ଜଂଗଲ ରାସ୍ତାରେ ଯାଉଥିବା ବେଳେ ନକ୍ସଲ ଦ୍ବାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏହି ଘଟଣା ଆଜି ସକାଳ ୮ଟା ସମୟରେ ଘଟିଥିଲା। ତୁରନ୍ତ ସ୍ଥାନୀୟ ଲୋକେ ଜଂଗଲକୁ ଯାଇ ତିନି ଗ୍ରାମବାସୀଙ୍କୁ ଉଦ୍ଧାର କରିଥିଲେ।ସମସ୍ତ ଆହତଙ୍କୁ ବିଜାପୁର ମେଡିକାଲକୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।












Click it and Unblock the Notifications