ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍; ଅଳ୍ପକେ ଟଳିଲା ବଡ ଦୁର୍ଘଟଣା

ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍ । ଅଳ୍ପକେ ଟଳିଲା ବଡ ଦୁର୍ଘଟଣା । ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ରାଉରକେଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି ।

ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ତୃତୀୟ ଟ୍ରେନ୍ ଭାବେ ବନ୍ଦେ ଭାରତ ଆସୁଥିଲା । ହେଲେ ବଡ଼ ଦୁର୍ଘଟଣା ରୋକାଯାଇ ପାରିଛି ।

କୈଣସି ଦୁର୍ଘଟଣାର ଆଶଙ୍କା ନାହିଁ, କିମ୍ଵା କୌଣସି ଭୟଭୀତ ହେବାର ନାହିଁ । ଝାରସୁଗୁଡ଼ା ହଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି ।

 train in one track

ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ହେଲେ ପ୍ରଶ୍ନ ଉଠୁଛି ଏକା ସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି ? ଏଥିପାଇଁ ଦାୟୀ କିଏ ?

ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+