ସିଂହଦ୍ବାର ଆଗରେ ଲାଗିଲା ତିନି ରଥ

ନବଦିନାତ୍ମକ ରଥଯାତ୍ରା ଶେଷ କରି ଶ୍ରୀଜିଉମାନେ ଆଜି ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଛନ୍ତି। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିଲା ପରେ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତଙ୍କ ସହିତ ଭାବ ବିନିମୟ କରି ଶ୍ରୀଜିଉମାନେ ବଡ଼ଦେଉଳ ଆଗରେ ରାତି ସାଢ଼େ ୯ଟାରେ ପହଞ୍ଚିଛନ୍ତି।

ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁଙ୍କ ରଥଟଣା କାମ ଅପରାହ୍‌ଣ ୩ଟାରେ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଯଦିଓ ସାମାନ୍ୟ ବିଳମ୍ବ ହୋଇଥିଲା, ଲୀଳାମୟ ଠାକୁର ଶ୍ରୀମନ୍ଦିର ସାମ୍ନାରେ ଆସି ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ଏହି ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ କମ୍ପାଉଥିଲେ। ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହୋଇଥିଲା।

jagannath rath

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆଜି ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଲୋକଙ୍କର ସମାଗମ ହୋଇଥିଲା। ମଝିରେ ମଝିରେ ବର୍ଷା ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାର ଭକ୍ତିରେ ଭିଜୁଥିଲେ। ଅପରାହ୍‌ଣ ୩ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ଆଜି ଭୋର ୪ଟାରେ ମହାପ୍ରଭୁଙ୍କର ମଙ୍ଗଳ ଆଳତିରୁ ଦୈନିକ ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହୋଇଥିଲା।

ସକାଳ ୭ଟାରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ, ସାଢ଼େ ୨ଟା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସରିଥିଲା। ଏହା ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍‌ଣ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ହୋଇଥିଲା। ପୂର୍ବରୁ ଶ୍ରୀଜିଉମାନେ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଲାଗି ନୀତି ଅନୁଷ୍ଠିତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+