ଶରଧାବାଲି ଅଭିମୁଖେ ଶେଷରେ ଗଡ଼ିଲା ନନ୍ଦିଘୋଷ,ଅଳ୍ପ ଗଡ଼ିଲା ପରେ ବନ୍ଦ କରାଗଲା ରଥଟଣା
ବଡ଼ଠାକୁରଙ୍କ ତାଳଧ୍ବଜ, ମା' ସୁଭଦ୍ରାଙ୍କ ରଥ 'ଦର୍ପଦଳନ' ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲି ଅଭିମୁଖେ ଗଡ଼ିଛି। ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ନନ୍ଦିଘୋଷକୁ ମାତ୍ର ଦୁଇପାଦ ଆଗକୁ ଟଣାଯାଇଛି। ଅହେତୁକ ବିଳମ୍ବରେ ଗଡ଼ିଲା ନନ୍ଦିଘୋଷ ରଥ ସଂଧ୍ୟା ୭ଟା ୪୫ ମିନିଟରେ ଗଡ଼ିଲା ନନ୍ଦିଘୋଷ ରଥ । ଅଳ୍ପ ଗଡ଼ିଲା ପରେ ବନ୍ଦ କରାଗଲା ରଥଟଣା । ବଳଗଣ୍ଡି ଛକରେ ଅଟକିଲା ତାଳଧ୍ବଜ ରଥ । ଟାଉନ୍ ଥାନା ମରିଚିକୋଟରେ ଅଟକିଲା ଦର୍ପଦଳନ ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି। ବଳଭଦ୍ରଙ୍କ ତାଳଧ୍ବଜ ବଳଗଣ୍ଡି ଠାରେ ଅଟକି ଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଛି। ଆସନ୍ତାକାଲି ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ।












Click it and Unblock the Notifications