Get Updates
Get notified of breaking news, exclusive insights, and must-see stories!

ତିନି ସ୍ଥାନରେ ଅଟକିଛି ୩ ରଥ, ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା

ଆଜି ସକାଳ ସାଢ଼େ ୯ଟା ୩୦ରୁ ଆରମ୍ଭ ହେବ ରଥଟଣା । ଗତକାଲି ପାହୁଣ୍ଡେ ଗଡ଼ିଥିଲା ନନ୍ଦିଘୋଷ । ରାତି ୭ଟା ୪୫ରେ ନନ୍ଦିଘୋଷ ପାହୁଣ୍ଡେ ଗଡ଼ି ଅଟକିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ୩ଟି ସ୍ଥାନରେ ଅଟକି ରହିଛନ୍ତି । ବଡ଼ ଠାରୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ରହିଛି । ତାଳଧ୍ବଜ ରଥ ବାରମ୍ବାର ମୋଡ଼ ନେବା ଯୋଗୁଁ ଅନ୍ୟ ରଥ ଗଡ଼ିବାରେ ବିଳମ୍ବ ହୋଇଥିଲା ।

puri ratha yatra

ସେହିପରି ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା । ପ୍ରାୟ ଦେଢ଼ ଗୁଣ ଭକ୍ତଙ୍କ ସମାଗମ ହୋଇଥିଲା । ମିରିଚିକୋଟ ଟାଉନ ଥାନା ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକି ରହିଛି । ସିଂହଦ୍ବାର ଆଗରେ ରହିଛି ନନ୍ଦିଘୋଷ । ରଥାରୂଢ଼ ବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସକାଳ ସାଢ଼େ ୯ଟାରୁ ପୁଣି ରଥଟଣା ଆରମ୍ଭ ହେବ । ମହାପ୍ରଭୁଙ୍କ ଅପେକ୍ଷାରେ ଶରଧାବାଲି ।ମଝି ରାସ୍ତାରେ ତିନି ରଥ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗି ପାରିଲା ନାହିଁ ପ୍ରଭୁ ବଳଭଦ୍ରଙ୍କ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ବଡଦାଣ୍ଡର ବଳଗଣ୍ଡି ଛକରେ ଅଟକି ରହିଛି । ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମାର୍କେଟ ଛକରେ ଅଟକି ରହିଛି । ଏପରିସ୍ଥିତିରେ ସନ୍ଧ୍ୟା ହୋଇ ଯାଇଥିବାରୁ ସିଂହ ଦ୍ଵାର ନିକଟରେ ଅଟକି ରହିଥିବା ନନ୍ଦିଘୋଷ ରଥକୁ ବିଧି ଅନୁଯାୟୀ କେବଳ ଅଳ୍ପ ବାଟ ନିଆଯାଇ ରଖାଯାଇଛି ।

ମାତ୍ରାଧିକ ଭକ୍ତଙ୍କ ଯୋଗୁଁ ବି ହୋଇଥିଲା ସମସ୍ୟା

ରଥ କର୍ଡନରେ ଅଧିକ ଭକ୍ତ ରହିଯିବା ଯୋଗୁଁ ରଥଟଣାରେ ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି। ଆଜି ପାଗ ଅନୁକୂଳ ଥିବା କାରଣରୁ ବଡ଼ଦାଣ୍ଡରେ ମାତ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିବା ମଧ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି। "ବଡ଼ଦାଣ୍ଡରେ ଆଶାଠାରୁ ପ୍ରାୟ ଦେଢ଼ ଗୁଣ ଅଧିକ ଭକ୍ତ ଆସିଥିଲେ। ସମସ୍ତ ପୂଜା କାର୍ଯ୍ୟସୂଚୀ ଅନୁଯାୟୀ କରାଯାଇଥିଲା ଏବଂ ନନ୍ଦିଘୋଷ ରଥ ଟିକେ ବିଳମ୍ବରେ ଟଣାଯାଇଥିଲା। ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ରଥ ଟଣାରେ ବିଳମ୍ବ ହୋଇଛି ଏବଂ ଏହାକୁ ବ୍ୟତିକ୍ରମ ଭାବେ ଦେଖାଯିବା ଉଚିତ୍ ନୁହେଁ," ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ତାଳଧ୍ଵଜ ରଥ ମୋଡ଼ରେ ହୋଇଥାଇପାରେ ତ୍ରୁଟି

ତାଳଧ୍ଵଜ ରଥ ମୋଡ଼ରେ କିଛି ତ୍ରୁଟି ଆସିବା କାରଣରୁ ଆଜିର ରଥଟଣାରେ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଏନେଇ ସୁଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, " ତାଳଧ୍ଵଜ ରଥ ମୋଡ଼ରେ କିଛି ତ୍ରୁଟି ଯୋଗୁଁ ରଥ ଟାଣିବାରେ କିଛି ସମସ୍ୟା ହୋଇଥିଲା। ଏହାକୁ ଅନୁଧ୍ୟାନ କରି ସମାଧାନ କରାଯିବ। ଆସନ୍ତାକାଲି ସକାଳ 9ଟା 30ରୁ ପୁଣି ରଥ ଟଣା ଆରମ୍ଭ ହେବ। ଏଣୁ ଭକ୍ତମାନେ ଏଥିରେ ଯୋଗଦେଇ ରଥ ଟାଣି ଗୁଣ୍ଡିଚା ମନ୍ଦିରକୁ ନିଅନ୍ତୁ। ଆଜି ସବୁ ନୀତି କାନ୍ତି ସଠିକ୍ ସମୟରେ ଅନୁଷ୍ଠିତ ହୋଇଛି। ତେବେ ମହାପ୍ରଭୁ ହେଉଛନ୍ତି ଲିଳା ମୟ। ତାଙ୍କରି ଇଛାରେ ଆଜି ସବୁ କିଛି ନୀତି ଅନୁଷ୍ଠିତ ହୋଇଛି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+