ଦୁଇ ସ୍କୁଟି ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ମୟୂରଭଞ୍ଜ ଜିଲା କରଞ୍ଜିଆ-ସିଙ୍ଗଡ଼ା ରାସ୍ତାର ମହାଦେବଶାଳ ନିକଟରେ ରବିବାର ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ଦୁଇଟି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସିଙ୍ଗଡା କୁଦାସାହି ଗ୍ରାମର ବାଟରାମ ଗାଗରାଇ ନିଜର ଜଣେ ସାଙ୍ଗଙ୍କ ସହିତ କୌଣସି କାମରେ ବାହାରିଥିଲେ।

three persons dead and another is injured in accident

ସେ କରଞ୍ଜିଆ-ସିଙ୍ଗଡ଼ା ରାସ୍ତାରେ ଯାଉଥିବା ବେଳେ ମହାଦେବଶାଳ ନିକଟରେ ବିପରୀତ ଦିଗରୁ ତାଙ୍କୁ ଏକ ସ୍କୁଟି ଧକ୍କା ଦେଇଥିଲା, ଯେଉଁଥିରେ ୨ ଜଣ ଲୋକ ଥିଲେ। ଏହି ଦୁର୍ଘଟଣା ଯୋଗୁଁ ବାଟରାମ ଗାଗରାଇ ଓ ରତନ କୁମାର ଚାତାରଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ। ତେବେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

ଦୁର୍ଘଟଣା ସଂପର୍କିତ ସୂଚନା ପାଇ ସ୍ଥାନୀୟ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାୟକ ଏବଂ ରରୁଆଁ ଥାନା ପୁଲିସ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ଦ୍ରୁତଗତିରେ ଗାଡି ଚାଳନା ପାଇଁ ହୋଇ ଥିବା ପୁଲିସ ଅନୁମାନ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+