ବଜ୍ରାଘାତରେ ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ
ବଜ୍ରାଘାତରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କେନାଲ କାମ କରୁଥିବାବେଳେ ଟଳିପଡ଼ିଲେ ଶ୍ରମିକ। ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ୨ ମହିଳା, ଜଣେ ଜେସିବି ଅପରେଟର ବୋଲି ଜଣାପଡ଼ିଛି। ଟଳିପଡ଼ିବା ପରେ ସଙ୍ଗେ ସଙ୍ଗେ ଏହି ୩ଜଣଙ୍କୁ ବରହପୁର ମେଡିକାଲ ନିଆଯାଇଥିଲା। ଏଠାରେ ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ମେ' ମାସ 16 ତାରିଖରେ କାଳ ସାଜିଥିଲା କାଳବୈଶାଖୀ। ବଜ୍ରାଘାତରେ ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଓଡ଼ିଆଫେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଏହି ଅଘଟଣ ଘଟିଥିଲା।
ସୂଚନାନୁଯାୟୀ, ବିଲରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ ଜେଜେମା, ନାତୁଣୀଙ୍କ ସହ ଅନ୍ୟଜଣେ ମହିଳା। ଏଥିସହ ବଜ୍ରାଘାତରେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଅନ୍ୟପଟେ ମୋହନାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହେବା ସହ ବେଲଗୁଣ୍ଠାରେ ବଜ୍ରାଘାତରେ ଜଣେ ଏବଂ କେବିରିବ୍ରହ୍ମପୁରରେ ବଜ୍ରାଘାତରେ 23 ବର୍ଷୀୟା ଯୁବତୀ ମୃତ୍ୟୁ ଘଟିଥିଲା।












Click it and Unblock the Notifications