For Quick Alerts
Turn On Notification  
For Daily Alerts
Oneindia App Download

ଶପଥ ନେଲେ ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି। ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର ଆଜି ଶପଥ ଗ୍ରହଣ କରିଛନ୍ତି।

|

କଟକ: ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି। ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର ଆଜି ଶପଥ ଗ୍ରହଣ କରିଛନ୍ତି।

Odisha High Court

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଗତ ୧୩ ତାରିଖରେ ଏହି ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ତିନି ନୂଆ ବିଚାରପତି ଶପଥ ନେବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ହୋଇଛି ୧୭ ।

ନିକଟରେ ଅନ୍ୟ ୨ ଜଣ ବିଚାରପତିଙ୍କର ଅନ୍ୟ ହାଇକୋର୍ଟରୁ ଓଡିଶା ହାଇକୋର୍ଟକୁ ବଦଳି ହୋଇ ସେମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୮ ତାରିଖରେ ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ। ଓଡିଶା ହାଇକୋର୍ଟର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Three new judges of Odisha High Court have been sworn
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X