ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ୩ ନୂଆ ବିଚାରପତି
ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତ ମିଳିଛି । ସେମାନଙ୍କ ମଧ୍ୟରେ ୨ ଜଣ ଜୁଡ଼ିସିଆଲ୍ ଅଫିସର୍ ଥିବା ବେଳେ ଜଣେ ଓକିଲ ହାଇକୋର୍ଟରେ ବିଚରପତି ଦାୟିତ୍ୱ ସମ୍ଭାଳିବେ ।
କଟକ: ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତ ମିଳିଛି । ସେମାନଙ୍କ ମଧ୍ୟରେ ୨ ଜଣ ଜୁଡ଼ିସିଆଲ୍ ଅଫିସର୍ ଥିବା ବେଳେ ଜଣେ ଓକିଲ ହାଇକୋର୍ଟରେ ବିଚରପତି ଦାୟିତ୍ୱ ସମ୍ଭାଳିବେ । ଓକିଲ ମୃଗାଙ୍କ ଶେଖର ସାହୁଙ୍କୁ ବିଚାରପତି ନିଯୁକ୍ତ କରାଯାଇଥିବା ବେଳେ ଦୁଇ ଜୁଡ଼ିସାଆଲ୍ ଅଫିସର୍ ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଛି ।

ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ନିଯକ୍ତି ବିଚାରପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ୩ଜଣ ନୂଆ ବିଚାରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ଜଣ ବିଚାରପତି ହେବେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଜଷ୍ଟିସ ଯଶବନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚି ଥିଲା। ଏବେ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।












Click it and Unblock the Notifications