ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

ଓଡ଼ିଶାରେ ଆଉ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପରୀକ୍ଷା ପରେ ସେମାନେ କରୋନା ପଜିଟିଭ ବାହାରିଛନ୍ତି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁ ୧୧କୁ ବୃଦ୍ଧି ପାଇଛି। ଏ ନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

corona

ଅନ୍ୟପଟେ ଶନିବାର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉଥିବା କୁହାଯାଇଛି। ମୃତକ ଜଣେ ବୃଦ୍ଧ ଏବଂ ସେ ଭୁବନେଶ୍ଵରରେ ରୁହନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ଏହା ସହିତ ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ସୂଚନା ମିଳିଛି।ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ବର୍ତ୍ତମାନସୁଦ୍ଧା କୋଭିଡ୍ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆକ୍ରାନ୍ତ ଜଣକ ଏକାଧିକ ଜଟିଳ ରୋଗରେ ଆକ୍ରାନ୍ତ ଥିଲେ। ତେଣୁ ତାଙ୍କର ମୃତ୍ୟୁ ପ୍ରକୃତରେ କୋଭିଡ୍‌ରେ ହୋଇଛି ନା ଅନ୍ୟ କୌଣସି କାରଣ ପାଇଁ ହୋଇଛି ତାହା ଶବ ବ୍ୟବଚ୍ଛେଦ ହେବା ପରେ ହିଁ ସ୍ପଷ୍ଟ ହୋଇପାରିବା ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନସୁଦ୍ଧା ୮କୁ ବୃଦ୍ଧି ବୃଦ୍ଧି ପାଇଛି। ଭୁବନେଶ୍ବର ଓ କଟକରେ ହିଁ ସର୍ବାଧିକ ହ୍ନଟ ହୋଇଛନ୍ତି । କୋଭିଡ୍‌କୁ ନେଇ ସରକାରଙ୍କ ପକ୍ଷରୁ ବର୍ତ୍ତମାନସୁଦ୍ଧା ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ।

ଅନ୍ୟପଟେ ଶନିବାର କଟକରୁ ଆଉ ଜଣେ କ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତି ମହତାବ ରୋଡ୍ ଅଞ୍ଚଳର ୬୩ ବର୍ଷୀୟା ମହିଳା। ସେ ଦକ୍ଷିଣଭାରତ ଭ୍ରମଣରେ ଯାଇଥିଲେ। ସେଠାରୁ ଫେରିବା ପରେ ଥଣ୍ଡା, କାଶ ଓ ଜ୍ଵର ହୋଇଥିଲା। ତାଙ୍କର ସ୍ବାବ୍ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି। ସେ ଏବେ ଗୃହ ସଙ୍ଗରୋଧରେ ରହିଛନ୍ତି। ତେବେ ଦୁଇଦିନରେ କଟକରୁ ୩ଜଣ ସଂକ୍ରମିତ ଚିହ୍ନଟ ହେବା ଘଟଣା ଚିନ୍ତାର କାରଣ ପାଲଟିଛି। ଏହି ୩ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟମାନେ ଗୃହ ସଙ୍ଗରୋଧରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ତେବେ ଗତକାଲି ଚିହ୍ନଟ ହୋଇଥିବା ୨ଜଣଙ୍କର କୌଣସି ଭ୍ରମଣ ଇତିହାସ ନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+