ପୋଖରୀରେ ବୁଡ଼ି ୩ ନାବାଳକ ମୃତ
ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ତିନି ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ତିନି ଶିଶୁ ।

ଖବର ଅନୁଯାୟୀ, ଖବର ଅନୁଯାୟୀ, ଗୋଡ଼ିବିଡ଼ା ଗାଁରେ ବିଜୟ ନାୟକଙ୍କ ୧୦ ବର୍ଷର ପୁଅ ଉମାକାନ୍ତ, ନୂଆଗାଁ ଥାନା ଖାଲମଡ଼ା ଗାଁର ପ୍ରଦୀପ ପ୍ରଧାନଙ୍କ ୧୧ ବର୍ଷର ପୁଅ ରିତେଶ ଏବଂ ଓଡ଼ଗାଁ ଥାନା ପୋଡ଼ାସାହି ଗାଁର କାଳୁ ଖିଲାରଙ୍କ ୧୨ ବର୍ଷର ପୁଅର ଶୁଭ ।ଗୋଡିବିଡା ଗାଁର ବିଜୟଙ୍କ ଭାଇର ପୁଅ ବାହାଘର ଭୋଜି ପାଇଁ ରିତେଶ ଏବଂ ଶୂଭ ପରିବାର ଲୋକଙ୍କ ସହ ମିଶି ଆସିଥିଲେ । ୩ ଜଣ ସମ୍ପର୍କୀୟ ଭାଇ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ଗ୍ରାମବାସୀ ୩ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ୩ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ମେଡିକାଲ ପରିସର କାନ୍ଦବୋବାଳୀରେ ଫାଟି ପଡୁଛି।












Click it and Unblock the Notifications