ବଲ ଆଣିବାକୁ ଯାଇ କେନାଲରେ ଭାସିଗଲେ ୩ ସାଙ୍ଗ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୩ ସାଙ୍ଗଙ୍କ ବୟସ ୧୨ରୁ ୧୪ ବର୍ଷ ହୋଇଥିବା ଜଣାପଡିଛି। ସାରସକଣା ବ୍ଲକ୍‌ ନୂଆଗାଁର ଶ୍ରୀୟାଂଶୁ ସାହୁ, ମଦନ ସାହୁ ଓ ସାଇଶଙ୍କର ସାହୁ ସୁବର୍ଣ୍ଣରେଖା କେନାଲ ପାଖରେ କ୍ରିକେଟ୍‌ ଖେଳୁଥିଲେ। ଖେଳୁଥିବା ବେଳେ ହଠାତ୍‌ କ୍ରିକେଟ୍‌ ବଲଟି କେନାଲ୍‌ ପାଣିରେ ପଡ଼ିଥିଲା।

three minor boys drawn in subarnarekha canel

ଏହା ପରେ ୩ ସାଙ୍ଗ ବଲ୍‌ ଆଣିବା ପାଇଁ ହାତ ଧରାଧରି ହୋଇ କେନାଲ୍‌ ଭିତରେ ପଶିଥିଲେ। ହେଲେ କେନାଲ୍‌ରୁ ବାହାରି ପାରିନଥିଲେ। କେନାଲ୍‌ର ଗଭୀର ପାଣିରେ ତିନି ସାଙ୍ଗ ହାତ ଧରାଧରି ହୋଇ ବୁଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲା। ବହୁ ଉଦ୍ୟମ ପରେ ନାବାଳକମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ୩ ଜଣ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତ ଦେହ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+