ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ବାଲେଶ୍ବର ସୋରରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ ତାର ଲାଗି 3ଜଣ ଶ୍ରମିକଙ୍କର ଜୀବନ ଯାଇଛି । ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଲା-ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ପାଇଖାନା ଟାଙ୍କିର ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । 3ଶ୍ରମିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କୁ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ 2 ଜଣ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ ନିର୍ମାଣ କାମରେ ଅବହେଳା କାରଣରୁ ବାରମ୍ବାର ଅଘଟଣ ଘଟୁଛି। ଏଥି ପାଇଁ ଅକାରଣରେ ଶ୍ରିମକମାନଙ୍କର ଜୀବନ ଯାଉଛି। ସରକାରଙ୍କ ଗାଇଡଲାଇନ୍‌ ଉଲ୍ଲଂଘନ, ଠିକା ସଂସ୍ଥାର ଅବହେଳା ଓ ଘର ମାଲିକମାନଙ୍କର ଅଣଦେଖା କାରଣରୁ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନଙ୍କର ଅଯଥାରେ ମୃତ୍ୟୁ ଘଟୁଛି।

dead body

ସୂଚନା ଅନୁସାରେ ଗଗନଧୂଳି ଗାଁର ବାପି ମାଝୀଙ୍କର ଘରେ ଆଜି ଶ୍ରମିକମାନେ କାମ କରୁଥିବା ବେଳେ ଅଘଟଣ ଘଟିଛିl ଶ୍ରମିକମାନେ ପାଇଖାନା ଟାଙ୍କି ପାଇଁ କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କରିଥିଲେl ତେଣୁ ୩ ଜଣ ଶ୍ରମିକ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେl ତେବେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+