ଆତ୍ମସମର୍ପଣ କରିଲେ ୩ ମାଓବାଦୀ
ମାଲକାନଗିରି :ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୩ ମାଓବାଦୀ ମାଲକାନଗିରି ଏସ୍ପିଙ୍କ ପାଖରେ ଗୁରୁବାର ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଛତିଶଗଡ଼ର ବୋଲି ସୂଚନା ମିଳିଛି । ତେବେ ୪ ବର୍ଷ ହେଲା ଏହି ମାଓବାଦୀମାନେ ମାଓବାଦୀ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ ।

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନେ ମାଓବାଦୀ ସଂଗଠନ ଛାଡ଼ିଥିବା ଏସ୍ପିଙ୍କ ନିକଟରେ ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଦେବ ମଡଭି, ଆଡମ୍ ମାଡ଼କାମୀ ଓ ମୁକା ସୋଡି । ଏହି ୩ ନକ୍ସଲଙ୍କ ଘର ଛତିଶଗଡ଼ ସୁକମ ଅଞ୍ଚଳର । ଦେବ ୨୦୨୦ ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ୍ ହୋଇଥିଲା ।
ସେ ସାଉଥ୍ ବସ୍ତର ଡିଭିଜନ୍ର ଗ୍ରାମ ରକ୍ଷକ ଦଳର ସଦସ୍ୟ ଭାବେ ଯୋଗଦେଇଥିଲେ । କିନ୍ତୁ ସେ ନିଜ ଗାଁରେ ରହୁଥିଲା । ଖାଦ୍ୟ ସାମଗ୍ରୀ ଓ ସୂଚନା ନକ୍ସଲଙ୍କୁ ପଠାଇଥିଲା । ମାତ୍ର ଦେବକୋଣ୍ଟାରେ ସିଆର୍ପିଏଫ୍ କ୍ୟାମ୍ପ ହେବା ପରେ ସଙ୍ଗଠନ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ।












Click it and Unblock the Notifications