ଗୋଟିଏ ନୁହେଁ ଏକାବେଳକେ ୩ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ଗୋଟିଏ ନୁହେଁ ତିନୋଟି ଲଘୁଚାପ ହେବା ନେଇ ଆକଳନ କରାଯାଇଛି । ପାଣିପାଗ ବିଜ୍ଞାନୀ ଶରତ ସାହୁ ଏନେଇ ଆକଳନ କରି କହିଛନ୍ତି । ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ୨୬ରେ ଦ୍ୱିତୀୟ ଲଘୁଚାପ ଓ ୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇନପାରେ ।

ତଥାପି ଦକ୍ଷିଣ ଓଡ଼ିଶାର ଜିଲାମାନଙ୍କରେ ଅଧିକ ବର୍ଷା ହୋଇପାରେ । ୨୬ ଓ ୨୭ବେଳକୁ ଯେଉଁ ସିଷ୍ଟମ ସୃଷ୍ଇ ହେବା ତାହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ପ୍ରଥମଟିର ବେଶୀ ପ୍ରଭାବ ନପଡିପାରେ, ଦ୍ୱିତୀୟର ପ୍ରଭାବ ବେଶୀ ରହିବ । ମାତ୍ର ୩ଟି ଲଘୁଚାପ ହେବ କି ନାହିଁ ଭାରତୀୟ ପାଣିପାଗ କେନ୍ଦ୍ର କିଛି ସ୍ପଷ୍ଟ କରିନାହିଁ ।












Click it and Unblock the Notifications