ଚା 'ଦୋକାନ ଭିତରେ ପଶିଗଲା ଟ୍ରକ୍ ,୩ ମୃତ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଘଟିଯାଇଛି ବଡ଼ ଧରଣ ଦୁର୍ଘଟଣା । ଦୋକାନ ଉପରକୁ ଟ୍ରକ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । କୋଇଡ଼ା ଜାମୁଡିହି ଟୋଲ ଗେଟ୍ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା । ଟ୍ରକଟି ଦ୍ରୁତ ବେଗରେ ଥିବା କାରଣରୁ ନିୟନ୍ତ୍ରଣ ହରାଇ ଦୋକାନ ଭିତରେ ପଶିଯାଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍ଟ୍ ନିକଟରେ ଏକ ହାଇୱା ଦ୍ରୁତଗତିରେ ଆଗକୁ ବଢ଼ୁଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା' ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ପାଇ ପୁଲିସ ପହଞ୍ଚି ଦୁଘଟଣାଗ୍ରସ୍ତ ହାଇୱାକୁ ଜବତ କରିଛି। ମୃତ ତିନି ଶବ ଜବତ କରି ବଣାଇ ହସ୍ପିଟାଲକୁ ପଠାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।












Click it and Unblock the Notifications