କମ୍ପିବ ପ୍ରଚାର ମଇଦାନ, ଆଜି ଓଡ଼ିଶା ଗସ୍ତରେ ଆସିବେ ତିନି ହେଭିୱେଟ ନଡ୍ଡା, ଶାହା ଓ ରାହୁଲ
Lok Sabha Election 2024: ଆଜି ଓଡିଶା ଗସ୍ତରେ ଆସିବେ ବିଜେପି କଂଗ୍ରେସର ହେଭିୱେଟ। ଓଡ଼ିଶାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି ।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଂଚିବା ପରେ ସେଠାରୁ ସିଧାସଳଖ ଆସିକା ସଂସଦୀୟ କ୍ଷେତ୍ରର ସୋରଡ଼ା ଯିବେ । ସେଠାରେ ବିଜେପିର ନିର୍ବାଚନୀ ସଭା 'ବିଜୟ ସଂକଳ୍ପ ସମାବେଶ'ରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ । ଏହାପରେ ସେ ସନ୍ଧ୍ୟା ୫ଟାରେ କଟକଠାରେ ଏକ ବିଶାଳ ରୋଡ୍ ଶୋ'ରେ ସାମିଲ ହେବେ । ଦଳର ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାୟକମାନଙ୍କୁ ସାଙ୍ଗରେ ଧରି ଏହି ରୋଡ୍ ଶୋ' କରିବେ । ଏହାପରେ ଭୁବନେଶ୍ୱର ବାଟ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବା ପରେ ଦଳୀୟ କର୍ମଶାଳାରେ ଯୋଗ ଦେବେ । ଭୁବନେଶ୍ୱରରେ ରାତିଯାପନ କରି ୧୬ତାରିଖ ସକାଳେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ଠାରେ ଦଳର 'ବିଜୟ ସଂକଳ୍ପ ସମାବେଶ'ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରେ ପହଂଚି ସିଧାସଳଖ ବଲାଙ୍ଗୀର ଯିବେ । ସେଠାରେ ନିର୍ବାଚନୀ ସଭା ଓ ବାଇକ ରାଲିରେ ସାମିଲ ହୋଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ରାହୁଲ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆସନ୍ତା ୧୬ତାରିଖରେ ଓଡ଼ିଶା ଆସିବେ । ସେ ଫୁଲବାଣୀ ଯାଇ ସେଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ଏହାପରେ ଭୁବନେଶ୍ୱର ଫେରି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ଦୁଇ ଜାତୀୟ ଦଳର ଏହି ଶୀର୍ଷ ନେତୃତ୍ୱଙ୍କ ଗସ୍ତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଆସନ୍ତା ୨୦ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ପୁରୀରେ ରୋଡ୍ ଶୋ' କରିବା ସହ କଟକ ଓ ଅନୁଗୁଳଠାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
ସୂଚନାଯୋଗ୍ୟ, ଆଜି ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କଂଗ୍ରେସ ନେତା ଜୟରାମ ରମେଶ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଓଡ଼ିଶା ଗସ୍ତରେ ଆସିଛନ୍ତି ।
-
ରାଜଧାନୀରେ ଗ୍ୟାସ୍ ଟେନସନ, LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍ -
ସମ୍ପତ୍ତି ତାଲିକା ଦେଉନାହାଁନ୍ତି ସରକାରୀ ବାବୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି -
ଆଗାମୀ ୨ ଦିନ ମଧ୍ୟରେ ବଢ଼ିବ ଦିନ ତାପମାତ୍ରା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ , ସ୍ଵାଭାବିକ ଚାଲିଛି ପ୍ରଶ୍ନକାଳ -
ରାଜ୍ୟର ୮୬ ଜେଲ୍ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ, ୧୭ଜଣ ଫେରାର୍ -
ମୁହାମୁହିଁ ହେବେ ଶାସକ- ବିରୋଧୀ, ଆଜିଠୁ ପୁଣି କମ୍ପିବ ବିଧାନସଭା -
ନୀତି ବିଭ୍ରାଟ, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଶର୍ଜିଲ ଇମାମଙ୍କୁ ୬ ବର୍ଷ ପରେ ୧୦ ଦିନ ପାଇଁ ଜାମିନ












Click it and Unblock the Notifications