ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ତିନି ଜୀବନ

ଭଦ୍ରକ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ବାଇକ୍‌ ଉପରେ ମାଡିଗଲା ଟ୍ରକ । ଆଖି ପିଛୁଲାକେ ଚାଲିଗଲା ତିନି ଜୀବନ । ଭଦ୍ରକ ଜିଲ୍ଲା ରାଣୀତାଲ ସ୍ଥିତ ଏକ କଲେଜ ସମ୍ମୁଖରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

Accident

ରବିବାର ଦିନ ସକାଳ ସମୟରେ ରାଣୀତାଲ ସ୍ଥିତ ଏକ ଘରୋଇ କଲେଜ ସମ୍ମୁଖରେ ଘଟିଲା ଦୁର୍ଘଟଣା । ତିନି ବାଇକ୍‌ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ । ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ରାସ୍ତାରୋକ କରିଥିଲେ । ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିବା ସହ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+